ଜେଲରୁ ବାହାରିଲେ ରାମ ରହିମ
ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରାମ ରହିମ ଜେଲରୁ ବାହାରକୁ ଆସିଛନ୍ତି। ହରିୟାଣା ସରକାର ପୁଣିଥରେ ରାମ ରହିମଙ୍କୁ ୨୧ ଦିନର ଛୁଟି ପ୍ରଦାନ କରିଛନ୍ତି। ଏବେ ସେ ପୋଲିସ ସୁରକ୍ଷାରେ ଜେଲରୁ ବାହାରକୁ ଆସି ସିରସାରେ ଥିବା ତାଙ୍କ ଶିବିରକୁ ଫେରି ଯାଇଛନ୍ତି। ଏଥର ରାମ ରହିମ ତାଙ୍କ ଛୁଟି ସମୟରେ ସିରସା ଡେରାରେ ରହିବେ।

ସିରସା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ ୧୩ ଥର ପାଇଁ ପାରୋଲରେ ଆସିଛନ୍ତି। ରାମ ରହିମଙ୍କୁ ଜେଲରୁ ନେବା ପାଇଁ ହନିପ୍ରୀତ ଏବଂ ଡେରାର ଗାଡ଼ିର ଏକ କାଫଲା ପହଞ୍ଚିଥିଲା। ଦିଲ୍ଲୀ ନିର୍ବାଚନ ପୂର୍ବରୁ ମଧ୍ୟ ରାମ ରହିମ ୩୦ ଦିନିଆ ପାରୋଲରେ ବାହାରକୁ ଆସିଥିଲେ। ୨୦୧୭ ମସିହାରେ, ରାମ ରହିମଙ୍କୁ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା।












Click it and Unblock the Notifications