ଜେଲରୁ ବାହାରିଲେ ଗୁରୁମିତ ରାମ ରହୀମ

Gurmeet Ram Rahim: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ଜେଲରୁ ବାହାରିଛନ୍ତି। ଏଥର ସେ 21 ଦିନ ପାଇଁ ଜେଲରୁ ବାହାରିଛନ୍ତି ।ଜାମିନରେ ଆସିବା ପାଇଁ ସେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯାହା କୋର୍ଟ ଗ୍ରହଣ କରିଥିଲେ। ସକାଳ 6.30ରେ ତାଙ୍କୁ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଜେଲରୁ ବାହାର କରାଯାଇଥିଲା । ସେ ପାରୋଲ ସମୟ ଉତ୍ତରପ୍ରଦେଶର ବାଗପଟ ଜିଲ୍ଲାରେ ଅବସ୍ଥିତ ବର୍ଣ୍ଣୱା ଆଶ୍ରମରେ ରହିବେ ।

Gurmeet Ram Rahim

ଡେରା ମୁଖ୍ୟ ଗୁରୁମିତ ରାମ ରହୀମ ପୂର୍ବରୁ 7 ଥର ଜେଲରୁ ବାହାରି ସାରିଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ତାଙ୍କୁ ବାଗପାଟର ବର୍ଣ୍ଣୱା ଆଶ୍ରମକୁ ଅଣାଯାଇଥିଲା। ଗୁରୁମିତ ରାମ ରହୀମଙ୍କ ଜେଲରୁ ବାହାରିବା ଘଟଣା ହରିୟାଣା ବିଧାନସଭା ନିର୍ବାଚନ 2024 ସହିତ ମଧ୍ୟ ଜଡିତ ଅଛି। ଡେରା ମୁଖ୍ୟ ଗୁରୁମିତ ସିଂଙ୍କ ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେ ଜେଲରୁ ସପ୍ତମ ଥର 21 ଦିନ ପାଇଁ ବାହାରକୁ ଆସୁଛନ୍ତି। ବାବା ରାମ ରହୀମ ସୁନାରିଆ ଜେଲରୁ ସିଧାସଳଖ ନିଜ ଆଶ୍ରମରେ ପହଞ୍ଚିଛନ୍ତି, ଯେଉଁଠାରେ ଅନେକ ଦିନ ଧରି ସଫେଇ କାର୍ଯ୍ୟ ଚାଲିଥିଲା ​।

ଗୁରୁମିତ ରାମ ରହୀମ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ କାଟୁଛନ୍ତି । ଡେରା ମୁଖ୍ୟ ଗୁରୁମିତ ସିଂ ପ୍ରଥମେ ଜୁନ୍ 17, 2022 ରେ 30 ଦିନିଆ ଜେରାରେ ବାହରକୁ ଆସିଥିଲେ । ଜୁଲାଇ 18, 2022 ରେ ସେ ସୁନାରିଆ ଜେଲକୁ ଯାଇଥିଲେ। ଏହା ପରେ, ସୁନାରିୟା ଦ୍ୱିତୀୟ ଥର ପାଇଁ 15 ଅକ୍ଟୋବରରେ, ତୃତୀୟ ଥର ପାଇଁ 21 ଜାନୁୟାରୀ 2023 ରେ, ଚତୁର୍ଥ ଥର ପାଇଁ 3 ମାର୍ଚ୍ଚରେ, 20 ଅଗଷ୍ଟରେ ପଞ୍ଚମ ଥର ଏବଂ 13 ଡିସେମ୍ବରରେ ଷଷ୍ଠ ଥର ପାଇଁ ଜେଲରୁ ବାହାରିଥିବା ନେଇ ରିପୋର୍ଚ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+