ନିଖୋଜ ଅଛନ୍ତି ରଣବୀର ଆଲ୍ଲାହାବାଦିଆ ! ଘରେ ପଡିଛି ତାଲା

ରଣବୀର ଆଲ୍ଲାହାବାଦିଆଙ୍କୁ ନେଇ ରହିଛି ଏକ ବଡ଼ ଖବର । ରଣବୀର ପୋଲିସ ଯୋଗାଯୋଗରେ ନାହାଁନ୍ତି । ଖବର ଏହା ମଧ୍ୟ ରହିଛି ଯେ, ତାଙ୍କ ଫୋନ୍ ବନ୍ଦ ରହିଛି ଏବଂ ସେ ଘରୁ ନିଖୋଜ ଅଛନ୍ତି । ଗୁରୁବାର ସନ୍ଧ୍ୟାରେ ଯେତେବେଳେ ମୁମ୍ବାଇ ପୋଲିସ ରଣବୀରଙ୍କ ଘରକୁ ଯାଇଥିଲା ସେତେବେଳେ ତାଙ୍କ ଘରେ ତାଲା ପଡିଥିବାର ଦେଖିବା ପାଇଁ ମିଳିଛି ।

ସୂଚନା ଅନୁସାରେ, ରଣବୀର ଏବଂ ତାଙ୍କ ଓକିଲ ମଧ୍ୟ ମୁମ୍ବାଇ ପୋଲିସ ସହିତ ଯୋଗାଯୋଗରେ ନାହାନ୍ତି। ମୁମ୍ବାଇ ପୋଲିସ ରଣବୀରଙ୍କୁ ସମନ ଜାରି କରିଛି ଏବଂ ଥାନାକୁ ଆସି ବାୟାନ ରେକର୍ଡ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହେଲେ ବର୍ତ୍ତମାନ ତାଙ୍କ ଫୋନ୍ ବନ୍ଦ ରହିଛି ଏବଂ ସେ ଘରେ ମଧ୍ୟ ନାହାଁନ୍ତି । ଏହାରି ମଧ୍ୟରେ ରଣବୀରଙ୍କୁ ଦୁଇଥର ସମନ ପଠାଯାଇଛି। ତେବେ ଇଣ୍ଡିଆଜ୍ ଗଟ୍ ଲେଟ୍ ଶୋ'ର ଭିଡିଓ ଏଡିଟର ପ୍ରଥମେ ସାଗର ଖାର ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ଏବଂ ତାଙ୍କର ବୟାନ ରେକର୍ଡ କରାଯାଇ ସରିଛି ।

Ranveer Allahabadia

ସୂଚନା ଅନୁସାରେ, ରଣବୀର ନିକଟରେ YouTuber ସମୟ ରୈନାଙ୍କ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ରେ ଜଜ୍ ଭାବରେ ଯୋଗ ଦେଇଥିଲେ। ଏହା ଏକ ଡାର୍କ କମେଡି ଶୋ'। ଯେଉଁଥିରେ ରଣବୀର ପିତାମାତାଙ୍କ ଉପରେ ଏକ କମେଣ୍ଟ ଦେଇଥିଲେ ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହି ମାମଲାରେ, ରଣବୀର ଏବଂ ସମୟଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+