ବିଜେପି ନେତା ହତ୍ୟା ମାମଲା : ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡ
କେରଳର ରଣଜିତ୍ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ PFI ସହିତ ଜଡିତ ସମସ୍ତ ୧୪ ଦୋଷୀଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହି ସମସ୍ତ ଅଭିଯୁକ୍ତ ଓକିଲ ତଥା ବିଜେପି ନେତାଙ୍କ ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୨୧ ଡିସେମ୍ବର ୧୯ରେ ରଣଜିତ୍ଙ୍କୁ ଆଲାପ୍ପୁଝାସ୍ଥିତ ତାଙ୍କ ଘରେ ହତ୍ୟା କରାଯାଇଥିଲା ।

ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ ପିଏଫ୍ଆଇର ସଦସ୍ୟ ଥିଲେ। ମଙ୍ଗଳବାର ରଣଜିତ୍ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ମାଭେଲିକ୍କାର ଅତିରିକ୍ତ ଜିଲା ସେସନ କୋର୍ଟ ସମସ୍ତ ୧୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବର ୧୯ରେ ରଣଜିତ୍ ଶ୍ରୀନିବାସଙ୍କୁ ପିଏଫଆଇ ଏବଂ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ) ସହ ଜଡିତ କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଥିଲେ। ଏହି ସମୟରେ ଘରେ ତାଙ୍କୁ ତାଙ୍କ ପରିବାର ଆଗରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା।ବିଜେପି ନେତା ରଞ୍ଜିତ ଶ୍ରୀନିବାସ ପେସାରେ ଜଣେ ଓକିଲ ଥିଲେ। ରଞ୍ଜିତଙ୍କୁ ୧୯ ଡିସେମ୍ବର ୨୦୨୧ ରେ ଆଲାପୁଝାର ଭେଲ୍ଲାକିନାର ସ୍ଥିତ ତାଙ୍କ ଘରେ ତାଙ୍କ ମା, ପତ୍ନୀ ଏବଂ ସାନ ଝିଅର ଆଖି ସାମ୍ନାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ଏହି ହତ୍ୟା ଘଟଣାରେ ଆଠ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଅବଶିଷ୍ଟ ଅଭିଯୁକ୍ତ ଅପରାଧିକ କାର୍ଯ୍ୟକଳାପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ କେରଳର ମାଭେଲିକର ଜିଲ୍ଲା କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।












Click it and Unblock the Notifications