Get Updates
Get notified of breaking news, exclusive insights, and must-see stories!

EVM ପାଇଁ ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସକୁ ଏମିତି କିଛି କହିଦେଲା ଟିଏମସି

ଇଭିଏମ ପ୍ରସଙ୍ଗରେ ଏବେ ବିରୋଧୀ ମେଣ୍ଟ ଇଣ୍ଡିଆରେ ‍ଫାଟ ମେଲିବାରେ ଲାଗିଛି। ଇଭିଏମ ହ୍ୟାକ କରି ବିଜେପି ନିର୍ବାଚନରେ ଜିତୁଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ତିଆ ବ୍ଲକରେ ଥିବା ଗୋଟିଏ ପରେ ଗୋଟିଏ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି।

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପରେ ମେଣ୍ଟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଦଳର ନେତା ମଧ୍ୟ ଇଭିଏମକୁ ଦୋଷଦେବାକୁ ନାପସନ୍ଦ କରିଛନ୍ତି । ଏହି ଦଳ ହେଉଛି ତୃଣମୂଳ କଂଗ୍ରେସ । ମମତା ବାନାର୍ଜୀଙ୍କ ପରେ ଦଳର ନଂ୨ ନେତା ଅଭିଷେକ ବାନାର୍ଜୀ ଇଭିଏମ୍ ଉପରେ ଆସ୍ଥା ପ୍ରକଟ କରିବା ସହ ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ଶିକ୍ଷା ଦେଇଛନ୍ତି। ଅଭିଷେକ ବାନାର୍ଜୀ ଦଳକୁ କିଛି ବୟାନ ଦେବା ପରିବର୍ତ୍ତେ ନିର୍ବାଚନ କମିସନଙ୍କୁ ପ୍ରମାଣ ଦେଖାଇବାକୁ କହିଛନ୍ତି।

Abhishek Banerjee

ଟିଏମସି ସାଧାରଣ ସମ୍ପାଦକ ଅଭିଷେକ କହିଛନ୍ତି ଯେ ମୁଁ ଭାବୁଛି ଯେ ଇଭିଏମରେ କୌଣସି ଜାଲିଆତି ହୋଇପାରିବ ନାହିଁ କାରଣ ମୁଁ ଲଢ଼ିଛି ଏବଂ ଦେଖିଥିବା ନିର୍ବାଚନରେ ସେପରି କୌଣସି ଜାଲିଆତି ହୋଇନାହିଁ । ଯଦି କେହି ଏବେ ବି ଅନୁଭବ କରନ୍ତି ଯେ କୌଣସି ଉପାୟରେ ଜାଲିଆତି ହୋଇପାରେ, ତେବେ କେବଳ ବୟାନ ଦେବା ଠିକ ନୁହେଁ, ନିର୍ବାଚନ କମିସନଙ୍କୁ ପ୍ରମାଣ ଦିଆଯିବା ଉଚିତ୍ ।

ଏଥିପାଇଁ ନିର୍ବାଚନ କମିସନ ମଧ୍ୟ ସମସ୍ତଙ୍କୁ ଖୋଲା ଆମନ୍ତ୍ରଣ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ ବୁଥରେ ଠିକ୍ ଭାବରେ କାମ କରନ୍ତି, ତେବେ କୌଣସି ପ୍ରକାରର ଜାଲିଆତି ହୋଇପାରେ ବୋଲି ମୁଁ ଭାବୁନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+