Get Updates
Get notified of breaking news, exclusive insights, and must-see stories!

ଆଲିଆ ନୁହଁନ୍ତି ଏହି ଅଭିନେତ୍ରୀଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ରଣବୀର କପୁର

Koffee With Karan Season 8: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ସୋ 'କଫି ୱିଥ୍ କରଣ'ର ନୂଆ ସିଜିନ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । କରଣଙ୍କ ଶୋ'ର ସିଜନ 8 ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଯାହାର ନୂଆ ନୂଆ ପ୍ରମୋ ମଧ୍ୟ ରିଲିଜ୍ ହେବାରେ ଲାଗିଛି । ଯାହାକୁ ନେଇ ମନୋରଞ୍ଜନ ଜଗତରେ ଚର୍ଚ୍ଚା ଜୋର ଧରିଛି ।

ଏହି ସମସ୍ତ ପ୍ରମୋ ଦେଖି ଲାଗୁଛି ଏଥର ଶୋ'ରେ ଚାର ଚାନ୍ଦ ଲଗାଇବ ସେଲିବ୍ରିଟିଙ୍କ ଗସିପ୍ । ବଲିଉଡ ଅଭିନେତା-ଅଭିନେତ୍ରୀଙ୍କର ଖଟା-ମିଠା ଏବଂ ବିବାଦିୟ ଜୀବନ ବଷୟରେ ଅଧିକ ଜାଣବେ ଦର୍ଶକ । ବର୍ତ୍ତମାୱ ରଣବୀର କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ବିବାହ ସମ୍ବନ୍ଧରେ ନିଜର ଇଚ୍ଛା ପ୍ରକାଶ କରୁଥିବା ନଜର ଆସିଛନ୍ତି ।

Ranbir Kapoor

ରଣବୀର କପୁରଙ୍କ ଏହି ଭିଡିଓ ଶୋ କଫି ୱିତ୍ କରଣରୁ ଭାଇରାଲ ହେଉଛି । ଏହି ଭିଡିଓରେ କରଣ ରଣବୀର କପୁରଙ୍କ ସହ ରାପିଡ୍ ରାଉଣ୍ତ ଖେଳୁଥିବାର ଦେଖିବା ପାଇଁ ମିଳୁଛି । ଯେଉଁଥିରେ ସେ ଅଭିନେତାଙ୍କୁ ଅନେକ ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି। ଏହି ସମୟରେ କରଣ ରଣବୀର ସିଂଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ସେ ରଣବୀର କପୁରଙ୍କ ପସନ୍ଦ କରନ୍ତି କି? ଏହା ପରେ କରଣ ମ୍ୟାରି ଏବଂ ହୁକଅପ୍ ଦୁଇଟି ଅପସନ୍ ରଣବୀର କପୁରଙ୍କ ସମ୍ମୁଖରେ ରଖନ୍ତି । ଯାହାର ଉତ୍ତରରେ ରଣବୀର କୁହନ୍ତି ସେ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପାଇଁ ଚାହିଁବେ । ହେଲେ ସେ ପୂର୍ବରୁ ବିବାହିତ ଅଛନ୍ତି ଏବଂ ନିଜ ଲାଇଫରେ ବେଶ୍ ଖୁସ ଅଛନ୍ତି । ତେଣୁ ମୁଁ ଅନ୍ୟ ଦୁଇଜଣଙ୍କ ସହିତ ହୁକ୍ କରିବାକୁ ଚାହେଁ । ମୁଁ କାହାକୁ ବିବାହ କରିବାକୁ ଚାହେଁ ନାହିଁ ।


ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର କପୁର ଖୁବ ଶୀଘ୍ର ଫିଲ୍ମ 'ଆନିମଲ'ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଯାହାକୁ ବହୁତ ପସନ୍ଦ କରାଯାଉଛି । ଏହି ଫିଲ୍ମରେ ରଣବୀରଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଅନିଲ କପୁର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଡିସେମ୍ବର 1 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+