ରଣବୀର କପୁରଙ୍କୁ ଇଡି ସମନ, ଜାଣନୁ କେଉଁ ମାମଲାକୁ ନେଇ ହେବ ପଚରାଉଚରା
Ranbir Kapoor Summoned by ED: ବିବାଦରେ ବଲିଉଡର ଚକଲେଟ୍ ବୟ ରଣବୀର କପୁର । ବିବାଦୀୟ ମହାଦେବ ଆପ୍ ମାମଲାରେ ଅଭିନେତାଙ୍କୁ ଇଡିର ସମନ । ଅକ୍ଟୋବର ୬ ତାରିଖରେ ହାଜର ହେବାକୁ ନୋଟିସ୍ । ଅନଲାଇନ୍ ମହାଦେବ ଆପର ପ୍ରଚାର ଅଭିଯୋଗରେ ଏହି ସମନ ଜାରି କରାଯାଇଛି । ତେବେ ଏହି ମାମଲାରେ ରଣବୀର କପୁରଙ୍କ ସମେତ 14 ବଲିଉଡ ସେଲିବ୍ରିଟି ମଧ୍ୟ ସାମିଲ ଅଛନ୍ତି । ସନ୍ନି ଲିଓନ ନେହା କକ୍କରଙ୍କ ପରି ଅଭିନେତ୍ରୀଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମହାଦେବ ବୁକ୍ ଆପ୍ ହେଉଛି ଏକ ଅନଲାଇନ୍ ବେଟିଂ ପ୍ଳାଟଫର୍ମ ଆପ୍ । ଯାକୁ ନେଇ ବର୍ତ୍ତମାନ ଇଡି ସମେତ ବିଭିନ୍ନ ରାଜ୍ୟର ପୋଲିସ ତଦନ୍ତ କରୁଛି ।
ଏହି କମ୍ପାନି ଦୁବାଇରୁ ପରିଚାଳିତ ହେଉଥିବା ନେଇ ଖବର ପ୍ରକାଶ ପାଇଛି । ବେଆଇନ୍ ବେଟିଂ ୱେବସାଇଟରେ ୟୁଜର୍ସଙ୍କ ନାମ ପଞ୍ଜିକରଣ କରି ବେନାମୀ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ହେରାଫେରୀ ସିଣ୍ତିକେଟ୍ ଖୋଥିଲା ବେଟିଂ ଆପ୍ ମିଲିକ ।
ଖବର ଅନୁସାରେ, ଚଳିତ ବର୍ଷ ଆରମ୍ଭରେ ଫେବୃଆରୀରେ ମହାଦେବ ବୁକ୍ ଆପ୍ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ବିବାହରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ଦୁବାଇରେ ସୌରଭଙ୍କ ବିବାହ ବହୁତ ବଡ ଧୂମଧାମରେ କରାଯାଇଥିଲା । ରିପୋର୍ଟ ଅନୁସାରେ ବିବାହରେ 200 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବିବାହରେ ପହଞ୍ଚିବା ପରେ ଅନେକ ତାରକା ମଧ୍ୟ ଡ୍ୟାନ୍ସ କରିଥିବାର ମଧ୍ୟ ସୂଚନା ରହିଛି ।












Click it and Unblock the Notifications