Ram Mandir: ହୃଦୟ ଖୋଲି ଦାନ ଦେଉଛନ୍ତି ଭକ୍ତ, ଏକ ମାସ ମଧ୍ୟରେ ମିଳିଲା ୩୫୫୦ କୋଟି ଦାନ

Ayodhya Ram Mandir: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପରଠୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତ ରାମଲାଲାଙ୍କ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ପହଞ୍ଚୁଛନ୍ତି । ମନ୍ଦିରରେ ବାହାରେ ଭକ୍ତମାନଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେହିପରି ଲୋକେ ଖୋଲା ହାତରେ ଦାନ କରୁଛନ୍ତି । ଦେଶ ବିଦେଶର ରାମ ଭକ୍ତମାନେ ହୃଦୟ ଖୋଲି ଦାନ କରିଛନ୍ତି । ଏହି ଅଭିଯାନର ଆରମ୍ଭ ହେବାର ଏକ ମାସ ମଧ୍ୟରେ ପ୍ରାୟ 3550କୋଟି ଟଙ୍କା ରାମ ମନ୍ଦିରକୁ ଦାନ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ram mandir

ଶ୍ରୀ ରାମ ଜନ୍ମଭୂମୀ ଟ୍ରଷ୍ଟର ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତାଙ୍କ ସୂଚନା ଅନୁସାରେ, ରାମ ମନ୍ଦିରର ଭୁମି ପୂଜନ ପରେ ଆରମ୍ଭ ହୋଇଥିଲା ଦାନ ବା ସମର୍ପଣ ଅଭିଯାନ, ଯାହା ପରେ ପ୍ରାୟ ଏକ ମାସ ମଧ୍ୟରେ ପ୍ରାୟ 3550 କୋଟି ଟଙ୍କାର ଦାନ ଭକ୍ତ ମାନେ କରିସାରିଲେଣି । ମୋଟ୍ 4500କୋଟି ଟଙ୍କା ମନ୍ଦିରକୁ ମିଳିଛି । ଏହା ସହ ଭକ୍ତଙ୍କ ସଂଖ୍ୟା ପ୍ରାୟ 10ଗୁଣି ବୃଦ୍ଧି ପାଇଛି ।

ପ୍ରକାଶ ଗୁପ୍ତାଙ୍କ ଅନୁଯାୟୀ, ପୂର୍ବରୁ ରାମଲାଲାର ଦର୍ଶନ ପାଇବା ପାଇଁ ପ୍ରାୟ 20,000 ଭକ୍ତ ଅଯୋଧ୍ୟାକୁ ଆସୁଥିଲେ। କିନ୍ତୁ, ବର୍ତ୍ତମାନ ମନ୍ଦିରର ଉଦଘାଟନ ପରେ ଏଠାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦଶ ଗୁଣ ବୃଦ୍ଧି ପାଇଛି। ଭକ୍ତଙ୍କ ସଂଖ୍ୟା ବୃଦ୍ଧି ସହିତ ରାମ ମନ୍ଦିରକୁ ଦିଆଯାଇଥିବା ଦାନ ପରିମାଣ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ରାମଲାଲାର ଭକ୍ତମାନେ ହୃଦୟ ଖୋଲି ଦାନ କରୁଥିବାର ଦେଖିବା ପାଇଁ ମିଳୁଛି । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ରାମ ମନ୍ଦିର ପାଇଁ ଦାନ ଆସୁଥିବାର ଦେଖିବା ପାଇଁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+