ଶୁଟିଂ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ ଇତିହାସ ରଚିଲେ ରମିତା ଜିନ୍ଦଲ
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ରମିତା ଜିନ୍ଦଲ। ଶୁଟିଂ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିଛନ୍ତି ରମିତା। ପ୍ରଥମ ଥର ପାଇଁ ମହିଳା 10ମି ଏୟାର ରାଇଫଲରେ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ରମିତା।

ରମିତା ଏହି ରେକର୍ଡ ସହ ମହିଳା ଶୁଟର୍ ଭାବେ ଗତ 20 ବର୍ଷ ମଧ୍ୟରେ ମେଡାଲ ରାଉଣ୍ଡରେ ପ୍ରବେଶ କରିବାରେ ଦ୍ୱିତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ମନୁ ଭାକର ମେଡାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ସେହିପରି ରମିତା ମଧ୍ୟ 2004 ପରେ ମହିଳା ରାଇଫଲ ଶୁଟର ଭାବେ ପ୍ରଥମ କରି ଫାଇନାଲରେ ପ୍ରବେଶ କରିଛନ୍ତି। ରମିତାଙ୍କ ପୂର୍ବରୁ ତାଙ୍କ କୋଚ୍ ସୁମା ଶିରୁର ଏହି ସୌଭାଗ୍ୟ ଅର୍ଜନ କରିଥିଲେ।












Click it and Unblock the Notifications