Get Updates
Get notified of breaking news, exclusive insights, and must-see stories!

ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବୋମା ବିସ୍ଫୋରଣ ଘଟଣା: ଜାରି ହେଲା ଅଭିଯୁକ୍ତ ଫଟୋ, ସୂଚନା ଦେଲେ ମିଳିବ ୧୦ଲକ୍ଷ ଟଙ୍କା

Rameshwaram Cafe Blast Case: ବେଙ୍ଗାଲୁରୁ ରାମେଶ୍ୱରମ କାଫେରେ ବୋମା ବିସ୍ଫୋରଣ ଘଟଣା । ମୁଖ୍ୟ ଅଭିଯୁକ୍ତର ଏକ ଫଟୋ ଜାରି କରାଯାଇଛି ଏବଂ ଉକ୍ତ ବ୍ୟକ୍ତି ବିଷୟରେ ଯିଏ ସୂଚନା ଦେବ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରଷ୍କାର ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି । ଏହି ଫଟୋରେ ଅଭିଯୁକ୍ତ ବ୍ୟାଗ ଧରି କ୍ୟାପ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି ।

NIA ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ରମେଶ୍ୱରମ୍ କାଫେରେ ବୋମା ଲଗାଇଥିବା ବ୍ୟକ୍ତିଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆ ଯିବ ଏବଂ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ।

Rameshwaram Cafe

ମାର୍ଚ୍ଚ ୨ ତାରିଖରେ ବେଙ୍ଗାଲୁରୁର ପ୍ରସିଦ୍ଧ ରମେଶ୍ୱରମ୍ କାଫେରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଏହି ମାମଲାର ଅନୁସନ୍ଧାନ NIA କରୁଛି । ଏହାପୂର୍ବରୁ କାଫେରେ ବିସ୍ଫୋରଣର ଫୁଟେଜ ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଜଣ ଇଡଲି ଅର୍ଡରେ ଦେଇଥିଲେ । ଏହା ପରେ ସେ ନିଜ ସାଥିରେ ଆଣିଥିବା ବ୍ୟାଗଟିକୁ କାଉଣ୍ଟର ପାଖରେ ରଖି ଅର୍ଡର ନ ନେଇ ଚାଲିଯାଇଥିଲେ ।

କାଫେ ବାହାରେ ଲାଗିଥିବା ସିସିଟିଭି ଫୁଟେଜରେ ଅଭିଯୁକ୍ତ କଏଦ ହୋଇଛି । ଫୁଟେଜରେ ଦେଖିବାକୁ ମିଳିଥିଲା ​​ଯେ ବ୍ୟକ୍ତି ଜଣକ ଟୋପି ପିନ୍ଧିଥିଲେ ଏବଂ ତାଙ୍କ ହାତରେ ଏକ ବ୍ୟାଗ ଥିଲା ଏପରିକି ସେ ମାସ୍କ ଏବଂ ଚଷମା ମଧ୍ୟ ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ଏଭଳି ପରିସ୍ଥିତିରେ ଏନଆଇଏ ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି।

ବେଆଇନ କାର୍ଯ୍ୟକଳାପ ଅଧିନିୟମ ଏବଂ ବିସ୍ଫୋରକ ପଦାର୍ଥ ଅଧିନିୟମ ଅନୁଯାୟୀ କର୍ଣ୍ଣାଟକ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ଏନଆଇଏକୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+