ପୁଣି ନିରାଶ ହେଲେ ବାବା ରାମଦେବ, ୨୩ ରେ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ବାବା ରାମଦେବ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ମଙ୍ଗଳବାର ଦିନ କୋର୍ଟ ଶୁଣାଣି ସମୟରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଏ ଅମାନାତୁଲ୍ଲାଙ୍କ ବେଞ୍ଚ କହିଛନ୍ତି ଯେ ଆପଣଙ୍କଠାରୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରାଯାଇଛି । ଅଦାଲତ କହିଛନ୍ତି ଯେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କ ଭୁଲକୁ ସୁଧାରିବା ପାଇଁ ପଦକ୍ଷେପ ନେବା ଉଚିତ୍।

supreme court

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ବି ପତଞ୍ଜଲି ମୁଖ୍ୟ ଯୋଗଗୁରୁ ରାମଦେବ ବାବା ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ କ୍ଷମା ମିଳିନାହିଁ। ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଥିଲେ ମଧ୍ୟ ଅଦାଲତ ଏମାନଙ୍କ କ୍ଷମାକୁ ଗ୍ରହଣ କରିନାହାନ୍ତି। ସପ୍ତାହ ପରେ ଅର୍ଥାତ ଏପ୍ରିଲ ୨୩ ତାରିଖରେ ପୁଣି ଥରେ ହାଜର ହେବାକୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଅଦାଲତ ଅବମାନନା ମାମଲରେ ବାବା ରାମଦେବଙ୍କ କ୍ଷମା ପ୍ରାର୍ଥନା ଉପରେ ଆଜି ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ବାବା ରାମେଦବ ଓ ଆଚର୍ଯ୍ୟ ବାଳକୃଷ୍ଣ କୋର୍ଟରେ ହାଜର ହୋଇଥିଲେ। ଉଭୟ ବ୍ୟକ୍ତିଗତ ରୂପେ କୋର୍ଟରେ କ୍ଷମା ମାଗିଥିଲେ। କିନ୍ତୁ ଆଜି ବି କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି। ପତଞ୍ଜଳିର କ୍ଷମାକୁ ବର୍ତ୍ତମାନ ସ୍ୱୀକାର କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କିନ୍ତୁ ସୁପ୍ରିମକୋର୍ଟ ରାମଦେବଙ୍କୁ କଡା ଟିପ୍ପଣୀ କରିଥିଲେ। ଏଥିପାଇଁ ଆମର ପରାମର୍ଶର ଆବଶ୍ୟକତା ନାହିଁ। କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ବି ଆପଣ ଏସବୁ ଭୁଲ୍‌ କରିଛନ୍ତି। ଆପଣ ନିର୍ଦ୍ଦୋଷ ନୁହନ୍ତି। ଚିକିତ୍ସା ନଥିବା ରୋଗର ବିଜ୍ଞାପନ କରାଯାଇପାରିବ ନାହିଁ ବୋଲି ଆପଣ ଜାଣନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ। ଏହା ଆପଣଙ୍କ ଦାୟିତ୍ୱହୀନ ମନୋଭାବକୁ ଦର୍ଶାଉଛି ବୋଲି କହି ରାମଦେବଙ୍କ ବର୍ଷିଥିଲେ ସୁପ୍ରିମକୋର୍ଟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+