୫ ବର୍ଷରେ ଅଯୋଧ୍ୟା ରାମ ମନ୍ଦିରରୁ ସରକାର ପାଇଛନ୍ତି ୪୦୦ କୋଟି ଟଙ୍କାର ଟ୍ୟାକ୍ସ
ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୫ବର୍ଷ ମଧ୍ୟରେ ଦେଶକୁ ୪୦୦କୋଟିର ଟିକସ ଦେଇଛି ଅଯୋଧ୍ୟାର ରାମ ମନ୍ଦିର । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରବିବାର, ମାର୍ଚ୍ଚ ୧୬ ତାରିଖରେ ଗତ ୫ ବର୍ଷର ହିସାବ ଦେଇଥିଲା । ଟ୍ରଷ୍ଟ ସଚିବ ଚମ୍ପତ ରାୟ କହିଛନ୍ତି ଯେ ଅଯୋଧ୍ୟାର ରାମ ମନ୍ଦିରରେ ଧାର୍ମିକ ପର୍ଯ୍ୟଟନଙ୍କ ବୃଦ୍ଧି ହୋଇଛି ।
ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ସରକାରଙ୍କୁ ପ୍ରାୟ ୪୦୦ କୋଟି ଟଙ୍କା ଟିକସ ଦେଇସାରିଛି । ସେ କହିଛନ୍ତି ଯେ ଏହି ରାଶି ୫ ଫେବୃଆରୀ ୨୦୨୦ ରୁ ୫ ଫେବୃଆରୀ ୨୦୨୫ ମଧ୍ୟରେ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ୨୭୦ କୋଟି ଟଙ୍କା ସାମଗ୍ରୀ ଏବଂ ସେବା ଟିକସ (GST) ଭାବରେ ପ୍ରଦାନ କରାଯାଇଥିବା ବେଳେ ବାକି ୧୩୦ କୋଟି ଟଙ୍କା ଅନ୍ୟାନ୍ୟ ବିଭିନ୍ନ ଟିକସ ବର୍ଗ ଅଧୀନରେ ପ୍ରଦାନ କରାଯାଇଛି । ଏହି ୧୩୦ କୋଟି ଟଙ୍କାରେ ଟିଡିଏସ୍, ଲେବର ସେସ୍, ଇଏସଆଇ, ବୀମା ଭଳି ଟାକ୍ସ ଅନ୍ତର୍ଭୁକ୍ତ ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରଠାରୁ, ଏହି ସହର ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳ ପାଲଟିଛି । ଗତ ବର୍ଷ, ୧୬ କୋଟିରୁ ଅଧିକ ପର୍ଯ୍ୟଟକ ଅଯୋଧ୍ୟା ଆସିଥିଲେ, ଯେଉଁଥିରୁ ୫ କୋଟି ଲୋକ ରାମ ମନ୍ଦିର ଦର୍ଶନ କରିଥିଲେ । ଏହା ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି କରିଛି । ପର୍ଯ୍ୟଟକ ଆସିବା ଦ୍ୱାରା ବ୍ୟବସାୟ ବଢୁଛି, ଲୋକେ ରୋଜଗାର ପାଉଛନ୍ତି । ମହାକୁମ୍ଭ ସମୟରେ ମଧ୍ୟ ୧.୨୬ କୋଟି ଭକ୍ତ ଅଯୋଧ୍ୟା ଆସିଥିଲେ ।












Click it and Unblock the Notifications