ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଲାଲକୃଷ୍ଣ ଆଡଭାନୀ
Ram Mandir: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ ସମାରୋହରେ ଯୋଗ ଦେବେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ତେବେ ତାଙ୍କ ଗସ୍ତକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ୯୬ ବର୍ଷୀୟ ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ଉକ୍ତ ସ୍ଥାନରେ ମହଜୁଦ ରହିବେ । ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଆଡଭାନୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ସେପଟେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ଆନୁଷ୍ଠାନିକ ନିମନ୍ତ୍ରଣ ଭାବେ ନିମନ୍ତ୍ରଣ ପତ୍ର ଦିଆଯାଇଛି । ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଓ ବିଶ୍ୱ ହିନ୍ଦୁ ପରିଷଦର ଆନ୍ତାର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ନୂଆଦିଲ୍ଲୀରେ ମୋହନ ଭାଗଗତଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ।












Click it and Unblock the Notifications