ଲୋକଙ୍କ ଭିଡ଼ କାରଣରୁ ବନ୍ଦ ହେଲା ରମ ମନ୍ଦିର
ଅଯୋଧ୍ୟା : ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ବେଶ ଧୂମଧାମରେ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିବା ବେଳେ ପୂରା ଦେଶ ରାମମୟ ହୋଇ ଉଠିଥିଲା । କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ଝଲକ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରାମଲାଲାଙ୍କୁ ଦର୍ଶନ କରିବାକୁ ଆତୁର ଭକ୍ତ । ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।
ରାମଲାଲାଙ୍କ ଦର୍ଶନ ପାଇଁ ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭିଡ଼ । ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ରାମ ମନ୍ଦିରରେ ଦିନକୁ ଦୁଇଟି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ଦ୍ୱାର ଖୋଲା ରହିବ । ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ଏବଂ ତା'ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ମଧ୍ୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ମନ୍ଦିର । ଅର୍ଥାତ ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ ପାଇଁ ଭିତରକୁ ପ୍ରବେଶ କରିପାରିବେ ।

କିନ୍ତୁ ଆଜି ରାମ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାରୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି । ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଥିଲା । ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ମନ୍ଦିର ଉଦଘାଟନ କରାଯାଇଥିଲା । ଏହାପରେ ମଙ୍ଗଳବାରଠାରୁ ଭକ୍ତଙ୍କ ପ୍ରବାହ ଚାଲିଛି ।
ମଙ୍ଗଳବାର ସକାଳୁ ଲୋକମାନେ ଲାଇନରେ ଛିଡା ହୋଇଛନ୍ତି । ମଙ୍ଗଳବାର ସକାଳ ପ୍ରାୟ ୧୦-୧୧ ମଧ୍ୟରେ ଭିଡ଼ ବୃଦ୍ଧି ହେତୁ ରାମ ମନ୍ଦିର ପ୍ରବେଶ ଦ୍ୱାରରେ ଭକ୍ତଙ୍କ ପ୍ରବେଶ ବନ୍ଦ ହୋଇଯାଇଥିଲା । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ପ୍ରଥମ ଦିନ ହୋଇଥିବାରୁ ପ୍ରଭୁ ଶ୍ରୀ ରାମଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ନାହିଁନଥିବା ଭିଡ଼ଦେଖିବାକୁ ମିଳିଛି ।












Click it and Unblock the Notifications