ରାମ ରହିମଙ୍କୁ ୪୦ ଦିନିଆ ପାରୋଲ
ପୁଣି ଜେଲରୁ ବାହାରିଛନ୍ତି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମ । ଯୌନ ଶୋଷଣ ଏବଂ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି । ରୋହତକର ସୁନାରିଆ ଜେଲରୁ ପାରୋଲରେ ବାହାରିଛନ୍ତି । ୧୫ଥର ପାଇଁ ସେ ପାରୋଲରେ ବାହାରିଥିବାବେଳେ ଏଥରକ ୪୦ଦିନ ପାଇଁ ବାହାରିଛନ୍ତି ।
ଯାହାକୁ ମଞ୍ଜୁର କରିଛନ୍ତି ହରିୟାଣା ସରକାର । ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଗୁରମିତ ରାମ ରହିମଙ୍କ ପାରୋଲ ମଞ୍ଜୁରକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବାବେଳେ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ପରଗତ ସିଂ ହରିୟାଣା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ବିଭିନ୍ନ ଅଭିଯୋଗରେ ଏବେ ମଧ୍ୟ ତାଙ୍କ ବିରୋଧରେ ମାମଲା ଚାଲିଛି । ମାତ୍ର ବାରମ୍ବାର କାହିଁକି ପାରୋଲରେ ଛଡ଼ାଯାଉଛି । ଏତେଥର ପାରୋଲରେ ଛାଡ଼ିବା ପଛରେ କଣ କାରଣ ରହିଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

କହି ରଖୁଛୁ କି, ଜଣେ ସାଧ୍ବୀଙ୍କୁ ଯୌନ ଶୋଷଣ ମାମଲାରେ ଜେଲରେ ରହିଛନ୍ତି । ଏହାସହ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ଅଭିଯୋଗ ମଧ୍ୟ ତାଙ୍କ ନାମରେ ରହିଛି । ୨୫ ଅଗଷ୍ଟ ୨୦୧୭ ମସିହାରୁ ସେ ଜେଲରେ ରହିଛନ୍ତି । ନିର୍ବାଚନ ସମୟରେ ତାଙ୍କୁ ପାରୋଲରେ ଛଡ଼ା ଯାଇଥିବାବେଳେ ଏହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା ।
ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ରାମ ରହିମ ୪୦ ଦିନିଆ ପାରୋଲରେ ବାହାରକୁ ଆସିଥିଲେ । ଏହି ସମୟରେ ସେ ଡେରା ମୁଖ୍ୟାଳୟରେ ସତସଙ୍ଗ ଓ ପ୍ରବଚନ ଦେଇଥିଲେ । ଗୁରମୀତ ରାମ ରହିମଙ୍କୁ ୨୦୧୭ରେ ଦୁଇ ସାଧ୍ୱୀଙ୍କୁ ବଳାତ୍କାର କରିବା ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications