ପବିତ୍ର ରାମନବମୀରେ କେମିତି ହେବ ସୂର୍ଯ୍ୟତିଳକ ? ରାମଲାଲାଙ୍କ ମୂର୍ତ୍ତିରେ ପଡିବ କି ପ୍ରଭାବ ?

ଆଜି ପବିତ୍ର ରାମନବମୀ । ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା । ଆଉ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିରରେ ଚଳିତ ବର୍ଷର ରାମନବମୀ ଏଥର ଖାସ ହେବାକୁ ଯାଉଛି । ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ ଅଭୁତ ଦୃଶ୍ୟ ଦେଖିବାକୁ ମିଳିବ ।

ମଙ୍ଗଳବାର ରାତି ୩ଟା ୩୦ରୁ ବୁଧବାର ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କ ନିମନ୍ତେ ମନ୍ଦିର ଖୋଲା ରହିବ । ରାମ ନବମୀ ଉପଲକ୍ଷେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ଯେପରି ସୁରୁଖୁରୁରେ ରାମଲାଲାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଲାଇନ୍‌ ବ୍ୟବସ୍ଥା କରାଯାଇଛି ।

ରାମଲାଲାଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟଙ୍କ କିରଣ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା କରାଯିବ । ବୈଜ୍ଞାନିକ ଏ ନେଇ ଗବେଷଣା କରିଛନ୍ତି ଓ ବିଗତ ଦିନରେ ଏହାର ଟ୍ରାଏଲ ବି କରାଯାଇଛି ।

Ram Navami

ରାମଲାଲାଙ୍କ ମୂର୍ତ୍ତିରେ ପଡିବ କି ପ୍ରଭାବ ?

ରାମନବମୀରେ ହେବାକୁ ଥିବା ସୂର୍ଯ୍ୟତିଳକରୁ କୌଣସି ଅତିରିକ୍ତ ଉଷ୍ଣତା ପଡିବ ନାହିଁ କିମ୍ବା ମୂର୍ତ୍ତି ମଧ୍ୟ ଉଷୁମ ହେବ ନାହିଁ। ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ପ୍ରସ୍ତୁତି ଅନୁସାରେ ତିଳକ ପାଇଁ ରଶ୍ମିରୁ ଆସୁଥିବା ଅତିରିକ୍ତ ଉଷ୍ଣତାରୁ ରକ୍ଷା କରିବ। ଏଥିପାଇଁ ଥିବା ଫିଲ୍ଟର ପ୍ରଥମ ମହଲାରେ ଲଗାଯାଇଛି। ଯାଦ୍ୱାରା ସୂର୍ଯ୍ୟଙ୍କ ରଶ୍ମି ଗର୍ଭଗୃହରେ ପ୍ରବେଶ କରିବ। ରାମ ମନ୍ଦିରରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଜୋରସୋର ପ୍ରସ୍ତୁତି କରାଯାଉଛି। ଏହାର ସିଧାସଳଖ ପ୍ରସାରଣ ମଧ୍ୟ କରାଯିବ। ଯାହାକୁ ଘରେ ବସି ରାମ ଭକ୍ତ ଟିଭିରେ ଦେଖିପାରିବେ।

ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ହେବ ଓ ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯିବ । ଆଉ ଏହାର ସାକ୍ଷୀ ହେବେ ବିଶ୍ୱର କୋଟି କୋଟି ରାମ ଭକ୍ତ । ବୈଜ୍ଞାନିକ ଉପାୟରେ ହେବ ସୂର୍ଯ୍ୟତିଳକ । ଜାନୁଆରୀରେ ରାମମନ୍ଦିର ପ୍ରତିଷ୍ଠା ହେବା ପରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଲୋକଙ୍କ ଭିଡ ଜମୁଛି । ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାମଲଲା ।

ରାମନବମୀରେ କେମିତି ହେବ ସୂର୍ଯ୍ୟତିଳକ:

ରାମନବମୀରେ ସୂର୍ଯ୍ୟକିରଣ ମନ୍ଦିରର ତୃତୀୟ ମହଲାରେ ଲାଗିଥିବା ପ୍ରଥମ ଦର୍ପଣରେ ପଡିବ
ଏହି ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପିତ୍ତଳର ପାଇପରେ ପ୍ରବେଶ କରିବ
ପିତ୍ତଳ ପାଇପରେ ଲାଗିଥିବା ଦ୍ୱିତୀୟ ଦର୍ପଣରେ ପଡି ୯୦ ଡିଗ୍ରୀରେ ପୁଣି ପ୍ରତିଫଳିତ ହୋଇଯିବ
ପୁଣି ପିତ୍ତଳ ପାଇପରେ ଯାଇ ଏହି କିରଣ ୩ଟି ଅଲଗା ଅଲଗା ଲେନ୍ସରେ ଯିବ
ଏହା ପରେ ଲମ୍ବା ପାଇପରେ ଗର୍ଭଗୃହର ଲାଗିଥିବା ଦର୍ପଣରେ ପଡିବ
ଗର୍ଭଗୃହ ଦର୍ପଣରେ ପଡିବା ପରେ ଏହି କିରଣ ରାମଲାଲାଙ୍କ ମସ୍ତକରେ ୭୫ ମିଲିମିଟରର ଗୋଲାକାର ତିଳକ ଲଗାଇବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+