ପ୍ରାଣ ପ୍ରତିଷ୍ଠା ଯଜମାନୀ କାର୍ଯ୍ୟ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯଜମାନୀ କାର୍ଯ୍ୟ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କଲେ ମୋଦି । ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କ ମୋଦିଙ୍କ ସହ ଗର୍ଭଗୃହରେ ନଜର ଆସିଲେ ।

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଛି, ଯାହା ଦ୍ୱିପହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ରହିଛି । ତେବେ ମୋଦୀ ପ୍ରଥମେ ସରଯୁ ନଦୀରେ ସ୍ନାନ କରି ଆସିବା ପରେ ଆରମ୍ଭ ହୋଇଛି ଏଥିପାଇଁ ରୀତିନୀତି । ମୋଦି ଅଯୋଧ୍ୟାରେ ୪ ଘଣ୍ଟା ରହି ସମସ୍ତ ରୀତି ସମ୍ପନ୍ନ କରିବା ନେଇ ସୂଚନା ରହିଛି ।












Click it and Unblock the Notifications