Ram Mandir: ଏହି ରତ୍ନରେ ପ୍ରସ୍ତୁତ ହୋଇଛି ରାମ ଲାଲାଙ୍କ ଅଳଙ୍କାର

Ayodhya Ram Mandir: ଦୀର୍ଘଦିନରେ ଅପେକ୍ଷାର ଅନ୍ତ ହୋଇଛି । ଅଯୋଧ୍ୟ ରାମ ମନ୍ଦିରରେ ବିରାଜିଲେ ରାମଲାଲା । ପ୍ରତିଷ୍ଠା ହେବା ପରେ ଗର୍ଭଗୃହରୁ ପ୍ରଭୁ ରାମଙ୍କ ଦିବ୍ୟ ରୂପ ଭକ୍ତଙ୍କୁ ଆକୃଷ୍ଟ କରୁଛି । ଆଜି ସାରା ବିଶ୍ୱରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । ସୋସିଆସ ମିଡିଆରେ ଭାଇରାଲ ହେଉଛି ରାମ ଲାଲାଙ୍କ ଭବ୍ୟ ମୂର୍ତ୍ତିର ଫଟୋ । ଯେଉଁଥିରେ ବହୁ ସୁନ୍ଦର ଏବଂ ଚମତ୍କାର ଅଳଙ୍କାର ବ୍ୟବହାର କରାଯାଇଛି ।

ରାମ ଲାଲା ମୁଣ୍ଡରେ ସୁନା ଏବଂ ହୀରାରେ ନିର୍ମିତ ମୁକୁଟ ପରିଧାନ କରିଛନ୍ତି ଯେଉଁଥିରେ ପନ୍ନା ରତ୍ନର ମଧ୍ୟ ଲଗାଯାଇଛି । ଭଗବାନ ଶ୍ରୀ ରାମଙ୍କ ମସ୍ତକରେ ଥିବା ତିଲକ ହୀରା ଏବଂ ରୁବିରେ ତିଆରି କରାଯାଇଛି । ଯେଉଁଥିରେ ମୋତି, ମାଣିକ ଏବଂ ରୁବି କାନଫୁଲରେ ଲଗାଯାଇଛି । ଗଳାରେ ପନ୍ଧିଥିବା ହାରରେ ପନ୍ନା, ମାଣିକ, ରୁବି, ମୋତି ଏବଂ ହୀରା ବହୁ ପରିମାଣରେ ବ୍ୟବହୃତ ହୋଇଛି । ଏହା ବ୍ୟତୀତ ଭଗବାନ ଶ୍ରୀ ରାମଙ୍କୁ ଅନ୍ୟାନ୍ୟ ଦାମି ଅଳଙ୍କାରରେ ସଜାଯାଇଛି।

Ram Mandir Pran pratistha

ଏହି ରତ୍ନଗୁଡ଼ିକର ମୂଲ୍ୟ କେତେ

GemPundit ୱେବସାଇଟରେ 1.03 କ୍ୟାରେଟ୍ ପନ୍ନାର ମୂଲ୍ୟ 71,900 ଟଙ୍କା ବୋଲି ଦର୍ଶାଯାଇଛି। ସେହିପରି 1.21 କ୍ୟାରେଟ୍ ରୁବିର ମୂଲ୍ୟ 14,600 ଟଙ୍କା ବୋଲି ଦର୍ଶାଯାଇଛି । ଯଦି ଆମେ ହୀରା ବିଷୟରେ ଆଲୋଚନା କରିବା ତେବେ MyRatna ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗୋଟିଏ କ୍ୟାରେଟ୍ ହୀରାର ମୂଲ୍ୟ 2.5 ଲକ୍ଷରୁ 20 ଲକ୍ଷ ମଧ୍ୟରେ ହୋଇପାରେ । ମୋତିର ମୂଲ୍ୟ 10 ହଜାରରୁ 1 ଲକ୍ଷ ପର୍ଯ୍ୟନ୍ତ । ହେଲେ କିଛି ମୋତିର ମୂଲ୍ୟ ଏହାଠାରୁ ଅଧିକ ମଧ୍ୟ ହୋଇପାରେ । ତେବେ ସୂଚନା ଅନୁସାରେ, ରାମଲାଲାଙ୍କ ପ୍ରତିମାକୁ କୋଟି କୋଟି ମୂଲ୍ୟର ଅଳଙ୍କାରରେ ସଜାଯାଇଛି ।

500 ବର୍ଷର ଅପେକ୍ଷାର ଅନ୍ତ ହୋଇଛି ଅଭିଜିତ୍ ମୁହୂର୍ତ୍ତରେ ସମ୍ପନ୍ନ ହୋଇଛି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଯଜମାନୀ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ଅଯୋଧ୍ୟା ନୁହେଁ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ବିଶ୍ୱରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । ଦେଶର ପ୍ରତ୍ୟେକ ସହରରେ ଏକ ପର୍ବ ଭାବରେ ପାଳନ କରାଯାଉଛି । ଲୋକମାନେ ନିଜ ନିଜ ଘରେ ଭଗବାନ ଶ୍ରୀ ରାମଙ୍କ ପତାକା ଲଗାଇଛନ୍ତି ଏବଂ ସବୁ ସ୍ଥାନରେ ପୂଜାପାଠ କରାଯାଉଥିବାର ଦେଖିବା ପାଇଁ ମିଳୁଛି ।

ଏହା ସହ ଭାରତ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । ଅନ୍ତ ହୋଇଛି 500 ବର୍ଷର ଅପେକ୍ଷା । ବିରାଜମାନ ହୋଇଛନ୍ତି ପ୍ରଭୁ ଶ୍ରୀ ରାମଲାଲା । ଏଥିଲାଗି ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ରାମଧୁନରେ କମ୍ପି ଉଠୁଛି ଅଯୋଧ୍ୟା ସମେତ ଅନ୍ୟ ସହର । ହଜାର ହଜାର ସାଧୁ, ସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ । ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+