Get Updates
Get notified of breaking news, exclusive insights, and must-see stories!

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା: ୧୦୦ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍

Ram Mandir Pran Pratistha: ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଛି । ତେବେ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ତେବେ ଦେଶର ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ ଚେଷ୍ଟା କରୁଥିବା ଏବଂ ସନ୍ଦେଜନକ କାର୍ଯ୍ୟାକଳାପ ଏଡାଇବା ପାଇଁ କେନ୍ଦ୍ର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସମସ୍ତ ଦେଶର ସମସ୍ତ ରାଜ୍ୟରେ ପୋଲିସ ମୁଖ୍ୟମାନଙ୍କ ନିର୍ଦ୍ଦେଶ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ, ସୂଚନାପ୍ରଯୁକ୍ତି ମନ୍ତ୍ରଣାଳୟ, ସିଇଆର୍‌ଟି-ଆଇଏନ୍ ଏବଂ ଗୁଇନ୍ଦା ବ୍ୟୁରୋ (ଆଇବି)ର ଅଧିକାରୀଙ୍କୁ ନେଇ ଗଠିତ ଏକା ଟିମ୍ ମଧ୍ୟ ଅଯୋଧ୍ୟାରେ ଉପସ୍ଥିତ ରହିଛି । ଶ୍ରୀ ରାମ ମନ୍ଦିର ଏବଂ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଯେପରି କୌଣସି ନକଲି ଭିଡିଓ ବା ଡିପ୍ ଫେକ୍ ଭିଡିଓ ନ ଭାଇରାଲ ସେନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଯାରି କରାଯାଇଛି । ଯଦି ଭାଇରାଲ ହୁଏ ତେବେ ତୁରନ୍ତ ତାଙ୍କୁ ସୋସିଆଲ ମିଡିଆରୁ ହଟାଇବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି ।

Ram Mandir Pran Pratistha

ସାଇବର ଅପରାଧ ପରି ସ୍ଥିତିକୁ ଏଡାଇବା ପାଇଁ କେନ୍ଦ୍ର ସରକାର ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସର ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି । ଏହାସହ ମିଥ୍ୟା ଖବର ପ୍ରଶାର ପ୍ରଚାର ପ୍ରତି ଅଧିକ ସତର୍କ ରହିବାକୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବିଶ୍ୱ ଜିହାଦୀ ଗୋଷ୍ଠୀ ଏବଂ ପାକିସ୍ତାନୀ ସଙ୍ଗଠନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାର ଯୋଜନା କରିଛି । ରାମ ମନ୍ଦିର ଉଦଘାଟନ ପୂର୍ବରୁ ସନ୍ଦେହଜନକ କାର୍ୟ୍ୟକଳାପ କିମ୍ବା ସାମ୍ପ୍ରଦାୟିକ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଥିବାରୁ ସୋସିଆଲ୍ ମିଡିଆର ଗତିବିଧି ଉପରେ ନିରନ୍ତର ନଜର ରଖିବା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟର ପୋଲିସ କମିଶନରଙ୍କୁ ଚିଠି ଲେଖି ସୂଚନା ଦିଆଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+