୨୨ ଜାନୁଆରୀରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା: ୮ ହଜାର ଅତିଥିଙ୍କୁ ନିମନ୍ତ୍ରଣ, ଲିଷ୍ଟରେ ରହିଛି ଏହି ଖେଳାଳୀଙ୍କ ନାଁ

Ram Mandir Pran Pratishtha: ଆସନ୍ତା ମାସ ଅର୍ଥାତ୍ ୨୨ ଜାନୁଆରୀ ୨୦୨୪ରେ ହେବ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ଏହି ଶୁଭ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପ୍ରାୟ ୮ ହଜାର ବିଶିଷ୍ଠ ବ୍ୟକ୍ତିଙ୍କୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗେ ଦେବା ପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଖାସ କରି ୩୨ ଶହ ସନ୍ଥଙ୍କୁ ଏହି ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦିଆଯାଇଛି ।

ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରି ପବିତ୍ର କାର୍ଯ୍ୟକ୍ରମ 22 ଜାନୁଆରୀ 2024ରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମନ୍ଦିରର କର୍ତ୍ତା-ଧର୍ତ୍ତା ସଂସ୍ଥା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ତତ୍ୱାବଧାନରେ ସଂମ୍ପୁର୍ଣ୍ଣ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜନୀତି, ଶିଳ୍ପପତି, କ୍ରିକେଟର, ସିନେ ତାରକା ଏବଂ ଧର୍ମଗୁରୁ ଯୋଗ ଦେବା ନେଇ ସୂଚନା ରହିଛି ।

Ram Mandir Pran Pratishtha
ଏହି ସମୟରେ ଭାରତୀୟ ରାଜନୀତିର ପ୍ରାୟ ସମସ୍ତ ବଡ ଚେହେରା ଏକାଠି ନଜରେ ଆସିବେ । ଦେଶର ବୃହତ୍ତମ ଶିଳ୍ପପତି ରତନ ଟାଟା, ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ନିମନ୍ତ୍ରଣ କରାଯାଇଛି। ଅମିତାଭ ବଚ୍ଚନଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଛି । କ୍ରୀଡା ଜଗତରୁ ଗୋଟିଏ ପରେ ଗୋଟିଏ ନାମ ମଧ୍ୟ ପ୍ରକାଶ ପାଇଛି । ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।


ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୨ ତାରିଖ ପ୍ରାଣପ୍ରତିଷ୍ଠା ପରେ ୨୬ ତାରିଖରୁ ରାମଲାଲାଙ୍କ ଦର୍ଶନ କରିପାରିବେ ସାଧାରଣ ଶ୍ରଦ୍ଧାଳୁ । ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ହୋଇ ପଡିଛି ଅଯୋଧ୍ୟା ନଗରୀ । ଉତ୍ତରପ୍ରଦେଶର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ତେବେ ମୁଖ୍ୟ ଅତିଥିଭାବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+