Ram Mandir: ରାତି ପାହିଲେ ପ୍ରାଣ ପ୍ରତିଷ୍ଠା ସମାରୋହ, ରାମ ରାମ ଧ୍ଵନୀରେ ପ୍ରକମ୍ପିତ ଭାରତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀ, ୨୦୨୪ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ । ଏହା ପୂର୍ବରୁ ଅକ୍ଟୋବର, ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟରୁ ନିମନ୍ତ୍ରଣ ମିଳିଥିଲା ।

ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ସମସ୍ତ ପ୍ରମୁଖ ଆଧ୍ୟାତ୍ମିକ ଓ ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗଦେବେ। ଏହି ସମାରୋହରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିଙ୍କ ସମେତ ସବୁ ବର୍ଗର ଲୋକ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନିତ ସମାବେଶକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସହ ଜଡ଼ିତ ଶ୍ରମଜୀବୀଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ କୁବେର ଟିଲା ପରିଦର୍ଶନ କରିବେ, ଯେଉଁଠାରେ ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର କରାଯାଇଛି । ଏହି ପୁନରୁଦ୍ଧାର ହୋଇଥିବା ମନ୍ଦିରରେ ସେ ପୂଜା ଓ ଦର୍ଶନ ମଧ୍ୟ କରିବେ।

Ram Mandir

ପାରମ୍ପରିକ ନାଗର ଶୈଳୀରେ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମିତ । ଏହାର ଲମ୍ବ (ପୂର୍ବ-ପଶ୍ଚିମ) ୩୮୦ ଫୁଟ; ପ୍ରସ୍ଥ ୨୫୦ ଫୁଟ ଓ ଉଚ୍ଚତା ୧୬୧ ଫୁଟ; ଏବଂ ସମୁଦାୟ ୩୯୨ଟି ସ୍ତମ୍ଭ ଏବଂ ୪୪ଟି ଦ୍ୱାର ରହିଛି। ମନ୍ଦିରର ସ୍ତମ୍ଭ ଓ କାନ୍ଥରେ ହିନ୍ଦୁ ଦେବଦେବୀ, ଆକର୍ଷଣୀୟ ଚିତ୍ର ରହିଛି। ତଳ ମହଲାରେ ଥିବା ମୁଖ୍ୟ ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କ ପିଲାଦିନର ରୂପ (ଶ୍ରୀରାମଲଲାଙ୍କ ମୂର୍ତ୍ତି) ରଖାଯାଇଛି।

ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ଦିଗରେ ଅବସ୍ଥିତ, ଯାହାକୁ ସିଂହ ଦ୍ୱାର ଦେଇ ୩୨ଟି ସିଡି ଚଢ଼ି ନିକଟକୁ ଯାଇପାରିବ । ମନ୍ଦିରରେ ମୋଟ ୫ଟି ମଣ୍ଡପ ରହିଛି- ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଓ କୀର୍ତ୍ତନ ମଣ୍ଡପ। ମନ୍ଦିର ନିକଟରେ ଏକ ଐତିହାସିକ କୂଅ (ସୀତା କୁପ) ଅଛି, ଯାହା ପ୍ରାଚୀନ ଯୁଗର ଅଟେ । ମନ୍ଦିର ପରିସରର ଦକ୍ଷିଣ-ପଶ୍ଚିମ ଭାଗରେ କୁବେର ଟିଲାଠାରେ ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ସହ ଜଟାୟୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ମନ୍ଦିରର ଭିତ୍ତିପ୍ରସ୍ତର ୧୪ ମିଟର ମୋଟା ରୋଲର କମ୍ପ୍ୟାକ୍ଟ କଂକ୍ରିଟ୍ (ଆରସିସି) ସହିତ ନିର୍ମିତ ହୋଇଛି, ଯାହା ଏହାକୁ କୃତ୍ରିମ ପଥରର ରୂପ ଦେଇଛି। ମନ୍ଦିରରେ କୌଣସି ସ୍ଥାନରେ ଲୁହା ବ୍ୟବହାର କରାଯାଏ ନାହିଁ। ଭୂତଳ ଆର୍ଦ୍ରତାରୁ ରକ୍ଷା ପାଇବା ପାଇଁ ଗ୍ରାନାଇଟ୍ ବ୍ୟବହାର କରି ୨୧ ଫୁଟ ଉଚ୍ଚର ପ୍ଲିନ୍ଥ ନିର୍ମାଣ କରାଯାଇଛି। ମନ୍ଦିର ପରିସରରେ ଏକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଜଳ ବିଶୋଧନ ପ୍ଲାଣ୍ଟ, ଅଗ୍ନି ନିରାପତ୍ତା ପାଇଁ ଜଳ ଯୋଗାଣ ଏବଂ ଏକ ସ୍ୱାଧୀନ ପାୱାର ଷ୍ଟେସନ ରହିଛି । ଦେଶର ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ମନ୍ଦିର ନିର୍ମାଣ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+