Ram mandir: କ୍ୟାପ୍ସନ ଲେଖି ରାମ ମନ୍ଦିର ଫଟୋ ସେୟାର କଲେ ପାକିସ୍ତାନ ଖେଳାଳି

22 ଜାନୁଆରୀ ପାଇଁ ଚର୍ଚ୍ଚାରେ ପୁରା ଅଯୋଧ୍ୟା । ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭାରତ ସହ ସାରା ବିଶ୍ୱରେ ରାମ ମନ୍ଦିର ବିଷୟରେ ଚର୍ଚ୍ଚା ହେଉଛି। ପ୍ରଭୁ ରାମଙ୍କ ଆଗମନ ପାଇଁ ପୁରା ସଜାଇ ହେଉଛି ଅଯୋଧ୍ୟା । ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କନେରିଆ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି। ଯାହା ଏବେ ଭାଇର ହେବାର ଲାଗିଛି । ସେ ରାମଲାଲାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି ।

ajodhya

ପ୍ରକୃତରେ ଗୁରୁବାର ରାମଲାଲାଙ୍କ ନୂତନ ପ୍ରତିମା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଛି। ଗତକାଲି ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ସମସ୍ତେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ସମୟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଭେଟେରାନ ଲେଗ ସ୍ପିନର ଦାନିଶ କନେରିଆ ମଧ୍ୟ ନୂତନ ପ୍ରତିମୂର୍ତ୍ତିର ଫଟୋ ଶେୟାର କରି ଏକ ଚମତ୍କାର କ୍ୟାପଶନ ଲେଖିଛନ୍ତି ।

ସୋସିଆଲ ମିଡିଆ ସାଇଟ ଏକ୍ସରେ ଦାନିଶ ଲେଖିଛନ୍ତି, ମୋ ରାମଲାଲା ବିରାଜମାନ ହୋଇଛନ୍ତି। ତେବେ ପ୍ରଥମ ଥର ପାଇଁ ରାମ ମନ୍ଦିର ଉପରେ କନେରିଆ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି। ଏହା ପୂର୍ବରୁ ମଧ୍ୟ ରାମ ମନ୍ଦିର ଉପରେ ଅନେକ ଥର ପ୍ରତିକ୍ରିୟା ଦେଇଛନ୍ତି। ଏହାପୂର୍ବରୁ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଶେଷ ଛୁଟି ପ୍ରଦାନ କରିଥିବାରୁ ମରିସସ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+