Ram Mandir: ରାମ ମନ୍ଦିର ଧ୍ଵଜା ବିଷୟରେ ଜାଣନ୍ତୁ
ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାମ ମନ୍ଦିର ଶିଖରରେ ପବିତ୍ର ପତାକା ଉତ୍ତୋଳନ କରିଛନ୍ତି । ଏଥିପାଇଁ ଅନେକ ସାଧୁ ମାନଙ୍କୁ ନିମନ୍ତ୍ରଣ ହୋଇଛନ୍ତି । ସାଧୁ, ବିଶିଷ୍ଟ ବ୍ୟକ୍ତି ଏବଂ ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କ ଉପସ୍ଥିତିରେ ମୋଦୀ ରାମ ମନ୍ଦିରରେ ଧାର୍ମିକ ପତାକା ଉତ୍ତୋଳନ କରିବେ । ରାମ ମନ୍ଦିର ଟ୍ରଷ୍ଟ ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୬,୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରିଛି । ତେବେ ରାମଲାଲ୍ଲାଙ୍କ ମନ୍ଦିର ଶିଖରରେ ଶୋଭା ପାଇବାକୁ ଥିବା ଧ୍ଵଜା ବିଷୟରେ ଜାଣନ୍ତୁ ।
ମନ୍ଦିରର ଶିଖରରେ ଗେରୁଆ ରଙ୍ଗର ଧ୍ଵଜା ଆରୋହଣ କରାଯିବ । ଧ୍ଵଜାଟି ହିନ୍ଦୁଧର୍ମ ଅନୁଯାୟୀ ଦକ୍ଷିଣକୋଣୀ ରହିବ । ଗେରୁଆ ରଙ୍ଗ ସହିତ ଦକ୍ଷିଣକୋଣୀ ଧ୍ଵଜା ସୂର୍ଯ୍ୟଙ୍କ ପ୍ରତୀକ ବହନ କରିବ । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ଵଜା ସ୍ଥାପନ ହେବ । ଏହାର ଓଜନ ପ୍ରାୟ ୧୧ କେଜି । ଧ୍ଵଜାରେ ରହିଛି ପ୍ରଭୁ ରାମଙ୍କ ପ୍ରତୀକ । ଧ୍ଵଜାରେ 'ଓମ୍' ଚିହ୍ନ ଖୋଦିତ ରହିଛି ।

ଏହି ଧ୍ଵଜାକୁ ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ 'ଶିଖର' ଉପରେ ସ୍ଥାପନ କରାଯିବ । ୩ଟି ଲେୟାର ଫେବ୍ରିକରେ ଏହି ଧ୍ଵଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ସମୟ ଲାଗିଛି । ଏହି ଧ୍ଵଜା ଅହମ୍ମଦାବାଦରେ ତିଆରି ହୋଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications