ରାମ ମନ୍ଦିର ନିମନ୍ତ୍ରଣ କାର୍ଡ ଭିଡିଓ: ଭବ୍ୟ ସମାରୋହ ପାଇଁ ନିମନ୍ତ୍ରଣ ପଠାଇବା ଆରମ୍ଭ, ଦେଖନ୍ତୁ କାର୍ଡର ଭିଡିଓ
ବହୁ ପ୍ରତୀକ୍ଷିତ ରାମ ମନ୍ଦିର ସମାରୋହ ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିମନ୍ତ୍ରଣ କାର୍ଡ ପଠାଇବା ଆରମ୍ଭ କରିଛନ୍ତି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ଏହି ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ସପ୍ତାହବ୍ୟାପୀ ଉତ୍ସବ ଜାନୁୟାରୀ ୧୬ରୁ ଆରମ୍ଭ ହେବ ଏବଂ ଜାନୁଆରୀ ୨୨ରେ ସମାପ୍ତ ହେବ, ଏବଂ ପ୍ରାଣ ପ୍ରତିଷ୍ଠା ହେବ । ସମାରୋହ ପୂର୍ବରୁ ରାମ ମନ୍ଦିର ସମର୍ପଣ ସମାରୋହ ପାଇଁ ନିମନ୍ତ୍ରଣ କାର୍ଡର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି ।
ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମୟରେ ଦେଶର ସମସ୍ତ ମନ୍ଦିର ଗୁଡିକରେ ସ୍ଵଚ୍ଛତା ବଜାୟ ରଖିବା ସଂକଳ୍ପ ନେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।

ଆସନ୍ତା ୨୨ ତାରିଖରେ ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତିକୁ ସ୍ଥାପିତ କରାଯିବ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।
यह श्री राम मंदिर की प्राण प्रतिष्ठा का निमंत्रण पत्र के साथ, करोड़ों लोगों की आस्था की आहुति का फल है।
जय श्री राम, जय गोविंदा 🙏https://t.co/0gkvCzq0JK pic.twitter.com/rIHOcEYNd7
— 𝐃𝐈𝐕𝐈𝐍𝐄 𝐈𝐍𝐃𝐈𝐀 (@DivineIND_) January 2, 2024
ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଥିବା ୩୭ ବର୍ଷିୟ ଅରୁଣ ଯୋଗୀଙ୍କୁ ପୂର୍ବରୁ ପ୍ରଶଂସା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୨ରେ ଇଣ୍ଡିଆ ଗେଟରେ ସ୍ଥାପିତ ହୋଇଥିବା ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିକୁ ନିର୍ମାଣ କରିଥିଲେ ଅରୁଣ ଯୋଗୀ ।












Click it and Unblock the Notifications