Get Updates
Get notified of breaking news, exclusive insights, and must-see stories!

ରାମ ପ୍ରାଣ ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ ହେବାର ଆବଶ୍ୟକତା ନାହିଁ...

Ram Mandir Inauguration: ୟୁପିରେ ରାମ ମନ୍ଦିର ଉଦଘାଟନ ପୂର୍ବରୁ ମୁଣ୍ତଟେକି ଥିବା ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ସେ କହିଛନ୍ତି, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପାଇଁ ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ ହେବାର ଆବଶ୍ୟକତା ନାହିଁ । ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ ବୋଲି ଜାନୁଆରୀ 22, 2024ରେ ଅନୁଷ୍ଠିତ ହେବାକୁ ଥିବା ସମାରୋହକୁ ବିରୋଧ କରିବା ଭୁଲ ।

ଯେଉଁମାନେ ଏହି ଆଧାରରେ ଏହି ଭବ୍ୟ ସମାରୋହକୁ ବିରୋଧ କରୁଛନ୍ତି ସେମାନେ ମୂର୍ଖ ଏବଂ ସେମାନଙ୍କ ଶାସ୍ତ୍ର ବିଷୟରେ ଜ୍ଞାନ ନାହିଁ । ଗର୍ଭଗୃହ ନିର୍ମାଣ ହୋଇସାରିଛି, ଯେଉଁଠି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଯେତେବେଳେ ସୀତା ଏବଂ ରାମ ଦ୍ୱିତୀୟ ମହଲାରେ ରାଜକୀୟ ପୋଷାକରେ ବସିବେ, ସେତେବେଳେ ଏକ ଶିଖର ନିର୍ମାଣ ହେବା ଆବଶ୍ୟ । ଶିଖର ନିର୍ମାଣ ସହ ପ୍ରାଣ ପ୍ରତିଷ୍ଠାର କୌଣସି ସମ୍ପର୍କ ନାହିଁ।

Ram Mandir Inauguration

କିଏ ପ୍ରାଣ ପ୍ରତିଷ୍ଠା କରିବା ଉଚିତ୍ ? ଏହି ପ୍ରଶ୍ନର ଉତ୍ତର ଦେଇ ରାମଭଦ୍ରାଚାର୍ଯ୍ୟ କହିଛନ୍ତି 'ପ୍ରାଣ ପ୍ରତିଷ୍ଠା ଏପରି ଜଣେ ବ୍ୟକ୍ତି କରିବା ଉଚିତ୍ ଯିଏ ଜଣେ ଗୁଣବାନ, ଯାହାଙ୍କର ଖାଦ୍ୟ ଏବଂ ଆଚରଣ ଉପରେ ନିୟନ୍ତ୍ରଣ ରହିବା ଉଚିତ୍ । ଏପିରି ସ୍ଥିତିରେ ପିଏମ ମୋଦି ଜୀଙ୍କୁ ଚୟନ କରାଯାଇଛି । ସେ ୧୧ ଦିନ ଧରି ଉପବାସ କରିଛନ୍ତି । ସେ ଜଣେ ସଂଯମ ବ୍ୟକ୍ତି ଏବଂ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ସେ ଆନିଷ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ତେଣୁ ସେ ପ୍ରାଣ ପ୍ରତିଷ୍ଠା କରିବାରେ କୌଣସି ଭୁଲ୍ ନାହିଁ ।

22 ଜାନୁୟାରୀ 2024ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ବିଶାଳ ସମାରୋହରେ ଶଙ୍କରାଚାର୍ଯ୍ୟ ସାମିଲ ହେବେ ନାହିଁ, ଯାହାକୁ ନେଇ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି, 'ଏହା ତାଙ୍କର ବ୍ୟକ୍ତିଗତ ମାମଲା , ତାଙ୍କ ଆସିବାରେ କୌଣସି କ୍ଷତି ନାହିଁ । ମୁଁ ରାମାନନ୍ଦଚାର୍ଯ୍ୟ ଏବଂ ମୁଁ ଆସୁଛି । ରାମାନନ୍ଦଚାର୍ଯ୍ୟ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ସହ ସମାନ । କୌଣସି ଶଙ୍କରାଚାର୍ଯ୍ୟ ମନ୍ଦିର ପାଇଁ ସଂଗ୍ରାମରେ ଯୋଗ ଦେଇଥିଲେ କି ?

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+