Ram Mandir: ପବିତ୍ର ସମାରୋହର ଖବର ସଂଗ୍ରହ ଏବଂ ପ୍ରସାରଣ ପାଇଁ ମିଡିଆ ସେଂଟର ପ୍ରତିଷ୍ଠା

ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଅଯୋଧ୍ୟାରେ ରାମଲାଲାଙ୍କ ବହୁ ପ୍ରତୀକ୍ଷିତ ପବିତ୍ର ସମାରୋହରେ ଦେଶର ନେତୃତ୍ୱ ନେବେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଯୋଧ୍ୟା ଧାମର ରାମ କଥା ସଂଗ୍ରହାଳୟରେ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଏକ ମିଡିଆ ସେଣ୍ଟର (ଗଣମାଧ୍ୟମ କେନ୍ଦ୍ର) ସ୍ଥାପନ କରିଛି । ଏହି ମିଡିଆ ସେଣ୍ଟର ୧୩,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏବଂ ମୁଖ୍ୟ କ୍ୟାମ୍ପସର ଲମ୍ବ ୪୦ ମିଟର ରହିଛି ଏବଂ ପ୍ରସ୍ଥ ୨୫ ମିଟର, ଏଥିରେ ୩୪୦ ଟି ୱାର୍କଷ୍ଟେସନ ଏବଂ ଏଥିରେ ୧୦୦୦ ଗଣମାଧ୍ୟମ ପ୍ରତିନିଧି ରହିବାର କ୍ଷମତା ରହିଛି ।

ମିଡିଆ ସେଣ୍ଟରରେ ଏକ ପ୍ରେସ୍ କନଫରେନ୍ସ ରୁମ୍‌, ମିଡିଆ ବ୍ରିଫିଂ ରୁମ୍‌, ମିଡିଆ ଲାଉଞ୍ଜ, କ୍ୟାଫେଟେରିଆ, ହାଇସ୍ପିଡ଼ ୱାଇ - ଫାଇ ଇଣ୍ଟରନେଟ୍‌, ମୋବାଇଲ୍ ଟଏଲେଟ୍ ଏବଂ ମିଡିଆ ସେଣ୍ଟରରେ ଲୋକ ମାନଙ୍କ ପାଇଁ ଏୟାର କଣ୍ଡିସନିଂ ସୁବିଧା ରହିଛି । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ଉପଲବ୍ଧ ସୁବିଧା ମଧ୍ୟରେ ଲାପଟପ୍‌, ଫଟୋକପିୟର, ପ୍ରିଣ୍ଟର, ନିରନ୍ତର ଜଳଖିଆ ବ୍ୟବସ୍ଥା ଏବଂ ଖାଦ୍ୟର ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ରାମଲାଲାଙ୍କ ପ୍ରାଣ - ପ୍ରତିଷ୍ଠାକୁ ଦେଖିବାର ସୁବିଧା ପାଇଁ ମିଡିଆ ସେଣ୍ଟରରେ ୨୯ ଫୁଟ ଲମ୍ବ ଓ ୧୬ ଫୁଟ ଚଉଡା ଏଲଇଡି ଟିଭି ଲଗାଯାଇଛି ।

ram_mandir

ରାମଲାଲାଙ୍କ ପୂଜାର୍ଚ୍ଚନା ଦିନ ଅଯୋଧ୍ୟା ଧାମରେ ଖବର ସଂଗ୍ରହ ଏବଂ ପ୍ରସାରଣ ପାଇଁ ଆସୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିମନ୍ତେ ଲକ୍ଷ୍ନୌରୁ ଅଯୋଧ୍ୟା ମଧ୍ୟରେ ଗମନାଗମନ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । ଏହି ସୁବିଧା ଅଧୀନରେ ଜାନୁଆରୀ ୨୨ ତାରିଖ ଭୋର ସାଢ଼େ ୪ଟାରୁ ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଲକ୍ଷ୍ନୌରୁ ୭ଟି ବସ୍ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ । କାର୍ଯ୍ୟକ୍ରମ ଶେଷ ହେବା ପରେ ଏହି ବସ୍ ଗୁୁଡ଼ିକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଲକ୍ଷ୍ନୌକୁ ଫେରାଇ ଆଣିବ । ବସ୍ ସମୟ ସୂଚୀ, ସମନ୍ୱୟ ଅଧିକାରୀଙ୍କ ମୋବାଇଲ ନମ୍ବର ଇତ୍ୟାଦି ବିସ୍ତୃତ ବିବରଣୀ ସହ ଗଣମାଧ୍ୟମକୁ ଉପଲବ୍ଧ କରାଯାଇଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପ୍ରସାର ଭାରତୀ ପକ୍ଷରୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୂରଦର୍ଶନ ସମଗ୍ର କାର୍ଯ୍ୟକ୍ରମକୁ ଡିଡି ନ୍ୟୁଜ୍ ଏବଂ ଡିଡି ନ୍ୟାସନାଲ ଚ୍ୟାନେଲରେ ୪ ଗୁଣା ଗୁଣବତ୍ତାରେ ସିଧା ପ୍ରସାରଣ କରିବ ।

ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୪ ଜାନୁଆରୀ ୨୨ ତାରିଖରେ ଦୂରଦର୍ଶନର ୪୦ଟି କ୍ୟାମେରା ମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ୨୦୨୪ ଜାନୁଆରୀ ୨୨ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର କ୍ଲିନ୍ ଫିଡ୍ ଦୂରଦର୍ଶନ ଏଏନ୍‌ଆଇ ଓ ପିଟିଆଇକୁ ପ୍ରଦାନ କରିବ ।

ଅଯୋଧ୍ୟା ଧାମରେ ଉପଲବ୍ଧ ସ୍ୱାସ୍ଥ୍ୟ ସୁବିଧା

ଅଯୋଧ୍ୟା ଧାମରେ ଲୋକଙ୍କୁ ପର୍ଯ୍ୟାପ୍ତ ଏବଂ ଶୀଘ୍ର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ, ସ୍ଥାନୀୟ ପ୍ରଶାସନ ଏବଂ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ୱେବସାଇଟରେ ଅଯୋଧ୍ୟାରେ ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ସୂଚନା ଉପଲବ୍ଧ ଅଛି । ଜରୁରୀକାଳୀନ ପରିସ୍ଥିତିରେ ଲୋକ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଅଯୋଧ୍ୟା ଧାମର ବିଭିନ୍ନ ସ୍ଥାନରେ ଜେପିଏନ୍‌ଏ ଟ୍ରମା ସେଣ୍ଟର, ଏମ୍ସ, ନୂଆଦିଲ୍ଲୀର ଅନେକ ଟିମ୍ ଉପସ୍ଥିତ ଅଛନ୍ତି । ପ୍ରାଣ ପ୍ରତିଷ୍ଠା ସମାରୋହ ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମ ସମୟରେ ଭାରତ ସରକାରଙ୍କ ଦ୍ୱାରା ଅଯୋଧ୍ୟାରେ ଭୀଷ୍ମ ଜରୁରୀକାଳୀନ ପ୍ରତିକ୍ରିୟା ସୁବିଧା ମଧ୍ୟ ସ୍ଥାପନ କରାଯାଇଛି ।

ଅଯୋଧ୍ୟା ଧାମରେ ସୁରୁଖୁରୁରେ ଟ୍ରାଫିକ୍ ପରିଚାଳନା ପାଇଁ ବ୍ୟବସ୍ଥା

ଉତ୍ତରପ୍ରଦେଶର ଅଯୋଧ୍ୟା ଧାମରେ ସୁରୁଖୁରୁରେ ଯାତାୟାତ ପାଇଁ ଟ୍ରାଫିକ ପୁଲିସ ଓ ମ୍ୟାପଲ୍ସ ମ୍ୟାପ୍ ମାଇଁ ଇଣ୍ଡିଆ ମିଳିତ ଭାବେ ଅଯୋଧ୍ୟା ଯାତ୍ରାକୁ ସୁରୁଖୁରୁରେ, ସୁରକ୍ଷିତ ଓ ଅସୁବିଧାମୁକ୍ତ କରିବା ପାଇଁ ସୁନିଶ୍ଚିତ କରିଛନ୍ତି । ଏହି ସିଷ୍ଟମ ଅଧୀନରେ ରୁଟ୍ କ୍ଲୋଜର, ଟ୍ରାଫିକ୍ ରିଡିରେକ୍ସନ୍ ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ଅପଡେଟ୍ ମାଗଣା ମ୍ୟାପଲ୍ସ ଆପ୍ ମାଧ୍ୟମରେ ଠିକ୍ ସମୟରେ ଜାଣି ହେବ ଯାହା ଦ୍ୱାରା ଲୋକମାନେ ସୁରୁଖୁରୁରେ ଯାତ୍ରା କରି ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+