Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଆରମ୍ଭ ରାମ ଲାଲାଙ୍କ ସାଧାରଣ ଦର୍ଶନ, ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍

Ram Mandir: ଆଜିଠୁ ଆରମ୍ଭ ରାମ ଲାଲାଙ୍କ ସାଧାରଣ ଦର୍ଶନ । ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁ୍ଙ୍କ ପ୍ରବଳ ଭିଡ଼ । ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭକ୍ତଙ୍କ ଭିଡ଼ ।ପ୍ରାଣ ପ୍ରତିଷ୍ଠା ପରେ ରାମା ଲାଲାଙ୍କ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଛି । । ଦେଶର ବିଭିନ୍ନ ପ୍ରାନ୍ତରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜିଠୁ ନିଜ ପ୍ରିୟ ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରି ପାରିବେ ଲୋକେ ।

ଅଯୋଧ୍ୟା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ୨୩ ଜାନୁଆରୀରୁ ଶ୍ରୀ ରାମ ମନ୍ଦିରର ନିତୀକାନ୍ତି ଆରମ୍ଭ ହେବ । ଶ୍ରୀ ରାମୋପାସାନା ସମିତା (ସମୟ ସାରଣୀ) ପୂରା ଦିନ ପାଇଁ ପ୍ରସ୍ତୁତ ହୋଇସାରିଛି । ପ୍ରଥମେ ସକାଳେ ପୁରୋହିତମାନେ ଭଗବାନ ଶ୍ରୀ ରାମଙ୍କୁ ଶୃଙ୍ଗାର କରାଇବେ । ଆଜିଠୁ ପ୍ରତ୍ୟେକ ଦିନ ସକାଳ ୭ଟାରୁ ଅରମ୍ଭ କରି ରାତି ୧୦ଟା ପର୍ଯ୍ୟନ୍ତ ରାମ ଲଲାଙ୍କ ଦର୍ଶନ କରିପାରିବେ ଭକ୍ତ । ନୀତିକାନ୍ତି ପାଇଁ ଦିନ ୧୧.୩୦ରୁ ଅପରାହ୍ନ ୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସକାଳ ସାଢେ ୬ଟା ଏବଂ ସନ୍ଧ୍ୟା ସାଢେ ୭ଟାରେ ରାମଲଲାଙ୍କ ଆଳତୀ କରାଯିବା ନେଇ ସୂଚନା ରହିଛି ।

ram mandir

ସକାଳ ୪ଟାରୁ ନିତିକାନ୍ତି ଆରମ୍ଭ ହେବେ ଏବଂ ସକାଳ ୮ଟାରେ ମନ୍ଦିରର ଦ୍ୱାର ଖୋଲାଯିବ । ଏଠାକୁ ଆସୁଥିବା ଲୋକମାନେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ ପାଇପାରିବେ । ବିଶେଷଜ୍ଞଙ୍କ ଅନୁଯାୟୀ ରାମଲାଲା ବିଶେଷ ଉତ୍ସବରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବେ । ଏହା ବ୍ୟତୀତ ସୋମବାର ଦିନ ଧଳା, ମଙ୍ଗଳବାର ଦିନ ନାଲି, ବୁଧବାର ଦିନ ସବୁଜ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ହାଲୁକା ହଳଦିଆ, ଶନିବାର ଦିନ ନୀଳ ଏବଂ ରବିବାର ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରିବେ ।

ସୂଚନାଥାଉ ଯେ, ଗତକାଲି ଅଭିଜିତ୍ ମୁହୂର୍ତ୍ତରେ ସମ୍ପନ୍ନ ହୋଇଛି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଯଜମାନୀ କାର୍ଯ୍ୟ ସମ୍ପନ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଅଯୋଧ୍ୟା ରାମ ମନ୍ଦିର ଉପରେ ଆକାଶ ମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବର୍ଷା କରାଯାଇଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଥିଲା । ଦ୍ୱିପହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଥିଲା ଅଭିଜିତ୍ ମୁହୂର୍ତ୍ତ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+