ଜାନୁଆରୀ ୨୨ରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ
Ayodhya Ram Mandir Pran Pratishtha: ଅଯୋଧ୍ୟାରେ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ତଳ ମହଲା ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଏବଂ ଜାନୁଆରୀ ୨୨ରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏହି ସୂଚନା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଛନ୍ତି ।
ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20-24 ଜାନୁୟାରୀ ମଧ୍ୟରେ ଯେକୌଣସି ଦିନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି । ହେଲେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ମିଶ୍ର ଆହୁରି କହିଛନ୍ତି ଯେ, ବର୍ତ୍ତମାନ ମନ୍ଦିରର ଶିଖରରେ ସ୍ଥାପନ ହେବାକୁ ଥିବା ଏକ ଉପକରଣର ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଛି, ଯାହା ଦ୍ୱାରା ପ୍ରତିବର୍ଷ ରାମ ନବମୀ ଦିନ ପବିତ୍ର ଗର୍ଭଗୃହରେ ପ୍ରଭୁ ରାମଙ୍କ କପାଳରେ ସୂର୍ଯ୍ୟ କିରଣ ପଡିବ । ଏହି ଉପକରଣ ବେଙ୍ଗାଲୁରୁରେ ତିଆରି କରାଯାଉଛି, ଯାହାର ଡିଜାଇନ୍ ବୈଜ୍ଞାନିକ ମାନଙ୍କ ଦ୍ୱାରା କରାଯାଇଛି ।
ସୂଚନାଥାଉ ଯେ, ଅନ୍ୟାନ୍ୟ ଦେବତା ଏବଂ ଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରାମ ମନ୍ଦିରରେ ସ୍ଥାପନ କରାଯିବ ଏନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ନିୟମ ଏବଂ ନିୟମାବଳୀ ଚୂଡାନ୍ତ ହୋଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେବ 1,800 କୋଟି ଟଙ୍କା । ଏନେଇ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମଧ୍ୟ ଏହାର ନିୟମାବଳୀ ଚୂଡାନ୍ତ କରିଛି ।












Click it and Unblock the Notifications