ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର, ଗୁଇନ୍ଦା ସଂସ୍ଥା ଜାରି କଲା ଆଲର୍ଟ

Ram Mandir: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ ହେବ। ମନ୍ଦିର ଭିତରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଯେଉଁଠି ଉତ୍ସବମୁଖର ହୋଇଉଠିଛି ପୂରା ଦେଶ । ଦେଶ ବିଦେଶରୁ ଅନେତ ଲୋକ ବର୍ତ୍ତମାନ ଅଯୋଧ୍ୟାକୁ ଆସୁଛନ୍ତି । ସେହିପରି ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା ଓ ଅଭିନେତା, ଖେଳାଳି ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ। ଯେଉଁଥି ପାଇଁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଯାଇଛି ।

ଏହାରି ମଧ୍ୟରେ ବର୍ତ୍ତମାନ ଏକ ଚକିତ କଲା ପରି ଖବର ପ୍ରକାଶ ପାଇଛି । ଖବର ରହିଛି ଯେ, ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ରାମ ମନ୍ଦିର । ଉଦଘାଟନ ସମାରୋହ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ । ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Ram Mandir

ଗୁଇନ୍ଦା ବିଭାଗ ସୂଚନା ଅନୁସାରେ, କିଛି ଲୋକଙ୍କ ଜରିଆରେ ଏହି ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇ ଏକ ଯୋଜନା କରିଛି । ତେବେ ଦେଶର ପ୍ରତିଷ୍ଠିତ ବ୍ୟକ୍ତି ଏବଂ ରାଜନେତା ମାନେ ଟାର୍ଗେଟରେ ରହିଥିବା ନେଇ ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ଗୁଇନ୍ଦା ବିଭାଗ ପକ୍ଷକୁ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ଆଲର୍ଟ ଜାରି କରାଯିବ ପରେ କେନ୍ଦ୍ରୀୟ ଏଜେନ୍ସି କିଭଳି ଏପରି ପରିସ୍ଥିତିକୁ ସାମ୍ନା କରାଯିବ ସେ ନେଇ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସିଙ୍କ ସହ ମିଳିତ ଭାବେ ବୈଠକ କରିଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ନିୟୋଜିତ ଥିବା ସମସ୍ତ ସୁରକ୍ଷା ଏଜେନ୍ସିଗୁଡିକୁ ଆଲର୍ଟ କରାଯାଇଛି। କୌଣସି ସନ୍ଦେହଜନକ ଜିନିଷ କିମ୍ବା ଲୋକଙ୍କୁ ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ଖବର ପ୍ରକାଶ ପାଇବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଅଧିକାଂଶ ସ୍ଥାନରେ ସିସିଟିଭି ଲଗାଯିବା ସହ କଡା ନଜର ରଖାଯାଇଛି । ସେପରି ଅଯୋଧ୍ୟାରେ ୟେଲୋ ଜୋନରେ ଏଆଇ ଆଧାରିତ କ୍ୟାମେରା ଲଗାଯାଇଛି । ଯାହା ଦ୍ୱାରା ଅତି ସହଜରେ ପ୍ରତ୍ୟକ ବ୍ୟକ୍ତିର ପରିଚୟ ଅତି ସହଜରେ ମିଳିପାରିବ । ତାସହ ଏକ ପୂରା ସହର ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ମଧ୍ୟ ଖଓଲାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+