ପ୍ରାଣ ପ୍ରତିଷ୍ଟା ଦିନ ଛୁଟିକୁ ବିରୋଧ କରି ୪ ଛାତ୍ର ପହଁଞ୍ଚିଲେ କୋର୍ଟରେ , ଆସନ୍ତା କାଲି ହେବ ଶୁଣାଣି

ମୁମ୍ବାଇ:୨୨ ଜାନୁଆରୀରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତୀଷ୍ଠା ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ରାଜ୍ୟ ସରାକାର ଛୁଟି ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଅଧା ଦିନ ଛୁଟି ଦେଇଛନ୍ତି । ସେହି କ୍ରମରେ, ଯେତେବେଳେ ମହାରାଷ୍ଟ୍ର ସରକାର ମଧ୍ୟ ଛୁଟି ଘୋଷଣା କରିଥିଲେ, ସେତେବେଳେ ଲ ପଢ଼ୁଥିବା ୪ ଜଣ ଛାତ୍ର ଏହି ସରକାରଙ୍କ ଛୁଟି ଘୋଷଣାକୁ ନେଇ ଏକ ମାମଲା ରୁଜ୍ଜୁ କରି କୋର୍ଟରେ ପହଞ୍ଚିଥିଲେ ଯାହା ଆସନ୍ତାକାଲି ରବିବାର (ଜାନୁୟାରୀ ୨୧) ରେ ଶୁଣାଣି ହେବ ।

ଲାଇଭ ଲ ସୁଚନାନୁଯାୟୀ, ବମ୍ବେ ହାଇକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ରବିବାର ସକାଳ ୧୦.୩୦ ରେ ଏହି ୪ ଜଣ ଛାତ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ପିଏଲ ଶୁଣାଣି କରିବାକୁ ଯାଉଛନ୍ତି । ଏହି ଚାରିଜଣ ଛାତ୍ରଙ୍କ ନାମ ହେଉଛି ଶିବାଙ୍ଗୀ ଅଗ୍ରୱାଲ, ସତ୍ୟଜିତ୍ ସିଦ୍ଧାର୍ଥ ସାଲଭେ, ବେଦାନ୍ତ ଗୌରବ ଅଗ୍ରୱାଲ ଏବଂ ସନ୍ଦୀପ ବାଙ୍ଗିଆନ୍ । ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ଜିଏସ୍ କୁଲକର୍ଣ୍ଣି ଏବଂ ନୀଲା ଗୋଖଲେଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯାଇଛି ।

ram mandir

ମହାରାଷ୍ଟ୍ର ସରକାର ଶୁକ୍ରବାର (ଜାନୁୟାରୀ ୧୯) ଏକ ନିର୍ଦ୍ଦେଶ ଜାରି କରି ଜାନୁୟାରୀ ୨୨ କୁ ରାଜ୍ୟରେ ଏକ ସାଧାରଣ ଛୁଟି ଘୋଷଣା କରିଥିଲେ । ଆବେଦନକାରୀମାନେ କହିଛନ୍ତି ଯେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ସର୍ବସାଧାରଣ ଛୁଟି ଘୋଷଣା କରିବା ସମ୍ବିଧାନରେ ଧାର୍ଯ୍ୟ ଧର୍ମନିରପେକ୍ଷତାର ନୀତିର ଉଲ୍ଲଂଘନ ଅଟେ । ଏହି ଛାତ୍ରମାନେ ଯୁକ୍ତି କରିଛନ୍ତି ଯେ କୌଣସି ରାଜ୍ୟ କୌଣସି ଧର୍ମ ସହ ଜଡିତ ହୋଇପାରିବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+