ଆସନ୍ତା କାଲିଠୁ ପ୍ରଭୂ ଶ୍ରୀ ରାମଙ୍କୁ ଦର୍ଶନ କରିବେ ସାଧାରଣ ଲୋକେ
ଅଯୋଧ୍ୟା: ୫୦୦ ବର୍ଷରୁ ଅଧିକ ସମୟର ଅପେକ୍ଷା ସହିତ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଛି । ରାମଲାଲାଙ୍କୁ ରାମ ମନ୍ଦିରର ଗର୍ଭ ଗୃହରେ ସ୍ଥାପନା କରାଯାଇଛି । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଟା ସମାରୋହକୁ ଦେଶର ବିଭିନ୍ନ ସ୍ଥାନରୁ ସେଲିବ୍ରେଟିମାନେ ରାମଲାଙ୍କୁ ଦେଖିବାକୁ ଆସିଛନ୍ତି ।
ବ୍ୟବସାୟ ଜଗତରୁ ମୁକେଶ ଅମ୍ବାନୀ ଏବଂ ଅନିଲ ଅମ୍ବାନୀ ସେମାନଙ୍କ ପରିବାର ସହିତ ପହଞ୍ଚିଥିବା ବେଳେ । ସନେ ଜଗତରୁ ଅମିତାଭ ବଚ୍ଚନ, ରଣବୀର କପୁର, ରୋହିତ ଶେଟ୍ଟୀ, ଆଲିଆ ଭଟ୍ଟ ପହଞ୍ଚିଥିଲେ । ଅନ୍ୟପଟେ କ୍ରିଡ଼ା ଜନତରୁ ସଚିନ ତେନ୍ଦୁଲକର ମଧ୍ୟ ଆସଥିଲେ । ଏମାନଙ୍କ ବ୍ୟାତୀତ ୭୦୦୦ ଅତିଥି ଯୋଗ ଦେଇଥିଲେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ।
ଆଉ ଆସନ୍ତା କାଲିଠୁ ଅର୍ଥାତ୍ ଜାନୁଆରୀ ୨୩ରୁ ରାମ ମନ୍ଦିରେ ଶ୍ରୀ ରାମଙ୍କୁ ଦର୍ଶନ କରିବେ ସାଧାରଣ ଜନତା । ଆସନ୍ତା କାଲିଠୁ ସର୍ବ ସାଧାରଣଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର । ଅଯୋଧ୍ୟା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ୨୩ ଜାନୁଆରୀରୁ ଶ୍ରୀ ରାମ ମନ୍ଦିରର ନିତୀକାନ୍ତି ଆରମ୍ଭ ହେବ । ଶ୍ରୀ ରାମୋପାସାନା ସମିତା (ସମୟ ସାରଣୀ) ପୂରା ଦିନ ପାଇଁ ପ୍ରସ୍ତୁତ ହୋଇସାରିଛି । ପ୍ରଥମେ ସକାଳେ ପୁରୋହିତମାନେ ଭଗବାନ ଶ୍ରୀ ରାମଙ୍କୁ ଶୃଙ୍ଗାର କରାଇବେ ।

ବିଧି ବିଧାନ ଅନୁଯାୟୀ, ଭଗବାନଙ୍କୁ ୪ଟାରେ ଜାଗ୍ରତ କରାଯିବ । ଏହା ପରେ ସକାଳ ୮ଟାରେ ମନ୍ଦିରର ଦ୍ୱାର ଖୋଲାଯିବ । ଏଠାକୁ ଆସୁଥିବା ଲୋକମାନେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ ପାଇପାରିବେ । ବିଶେଷଜ୍ଞଙ୍କ ଅନୁଯାୟୀ ରାମଲାଲା ବିଶେଷ ଉତ୍ସବରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବେ । ଏହା ବ୍ୟତୀତ ସୋମବାର ଦିନ ଧଳା, ମଙ୍ଗଳବାର ଦିନ ନାଲି, ବୁଧବାର ଦିନ ସବୁଜ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ହାଲୁକା ହଳଦିଆ, ଶନିବାର ଦିନ ନୀଳ ଏବଂ ରବିବାର ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରିବେ ।
ଦିନର ଶେଷ ସନ୍ଧ୍ୟା ଆରତୀ ସନ୍ଧ୍ୟା ୭ ଟାରେ ହେବ ବୋଲି ସୂଚନା ରହିଛି । ଦେଶବାସୀ ପ୍ରଭୁ ଶ୍ରୀ ରାମଙ୍କୁ ନିଜ ଆଖିରେ ଦେଖିବା ପାଇଁ ଉତ୍ସାର ସହ ଅପେକ୍ଷା କରି ରହିଛନ୍ତି । ସେହି ଅପେକ୍ଷାର ଅନ୍ତ ଘଟାଇ ଯାହା ଆସନ୍ତା କାଲିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଶ୍ରୀ ରାମ ମନ୍ଦିର ।












Click it and Unblock the Notifications