ଆଜି ୧୧୪ କଳସରେ ରାମଲାଲାଙ୍କ ବିଗ୍ରହର କରାଯିବ ମହାସ୍ନାନ
ନୂଆଦିଲ୍ଲୀ: ବର୍ତ୍ତମାନ ଭଗବାନ ଶ୍ରୀ ରାମଙ୍କ ସମର୍ପଣ କାର୍ଯ୍ୟକ୍ରମକୁ ପାଇଁ କେବଳ କିଛି ଘଣ୍ଟା ରହିଛି ବାକି । ଏହାପୂର୍ବରୁ ରାମ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ଚାଲିଛି । ଆଜି ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହର ହେବ ମହାପୂଜା । ରାମଲାଲାଙ୍କ ବିଗ୍ରହର କରାଯିବ ଦିବ୍ୟସ୍ନାନ । ୧୧୪ କଳସରେ ରାମଲାଲାଙ୍କ ବିଗ୍ରହର କରାଯିବ ମହାସ୍ନାନ । ଏହାଛଡା ଆଜି ଉତ୍ସବ ମୂର୍ତିର ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ ନୀତି ସଂପନ୍ନ ପରେ ମନ୍ଦିର ଗର୍ଭ ଗୃହରେ ସ୍ଥାପନ କରାଯିବ ।
ସେହିପରି ମହାନ୍ୟାସ-ଆଦିନ୍ୟାସ, ଶାନ୍ତିକ-ପୌଷ୍ଟିକ , ଅଘୋର ହୋମ ଆଦି ନୀତି ସଂପନ୍ନ ହେବ ।ଆଜି ରାମଲାଲାଙ୍କ ମଣ୍ଡପକୁ ମଧ୍ୟ ପୂଜା କରାଯିବ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ରୀତିନୀତି ଜାନୁଆରୀ ୨୨ ଦିନ ୧୨ଟା ୨୦ରେ ଆରମ୍ଭ ହେବ । ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ପୂଜା ଅଭିଜିତ ମୁହୂର୍ତ୍ତରେ କରାଯିବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ସମୟ କାଶୀ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡଙ୍କ ଦ୍ୱାରା ସ୍ଥିର କରାଯାଇଛି ।

ଏହି କାର୍ଯ୍ୟକ୍ରମ ପୌଷ ମାସର ଦ୍ୱାଦଶୀ ତିଥି ତାରିଖ (୨୨ ଜାନୁଆରୀ ୨୦୨୪)କୁ ଅଭିଜିତ ମୁହୂର୍ତ୍ତ, ଇନ୍ଦ୍ର ଯୋଗ, ମୃଗଶିରା ନକ୍ଷତ୍ର, ମେଷ ଲଗ୍ନ ଏବଂ ବୃଶ୍ଚିକ ନବାଂଶରେ ଅନୁଷ୍ଠିତ ହେବ । ଶୁଭ ସମୟ ଦିନ ୧୨ଟା ୨୯ ମିନିଟ ଏବଂ ୦୮ସେକେଣ୍ଡରୁ ୧୨ଟା ୩୦ମିନିଟ ଏବଂ ୩୨ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଏହାର ଅର୍ଥ ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭ ସମୟ ହେଉଛି ମାତ୍ର ୮୪ ସେକେଣ୍ଡ ।












Click it and Unblock the Notifications