ମୁସଲମାନ ହେଲେ ବି ଏହି ଅଭିନେତାଙ୍କ ନାଁ ରେ ରହିଛି 'ରାମ' ନାମ

Ram Mandir: ୫ ଶହ ବର୍ଷର ସ୍ୱପ୍ନ ପୂରଣ ହେବା ପାଇଁ ଯାଉଛି, ଅଯୋଧ୍ୟାରେ ଶ୍ରୀରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଯେଉଁଥି ପାଇଁ ସାରା ବିଶ୍ୱରେ ଏକ ପ୍ରକାରର ଉତ୍ସାହର ମାହୋଲ । ଲକ୍ଷ ଲକ୍ଷ ଲୋକ ଏହି ସୁନ୍ଦର ମୂହୁର୍ତ୍ତର ସାଖି ହେବା ପାଇଁ ଅପେକ୍ଷା କରିଛନ୍ତି । ତେବେ ଅଯୋଧ୍ୟାରେ ବର୍ତ୍ତମାନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

ଶ୍ରୀରାମ ଦୀର୍ଘ ୫ ଶହ ବର୍ଷ ପରେ ପୁଣି ମନ୍ଦିରରେ ବିରାଜମାନ ହେବେ ଯାହାକୁ ନେଇ କିଛି ଲୋକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଅନେକ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସାହିତ ଅଛନ୍ତି । ରାମ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ଅନେକ ବିଶିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ କେବଳ ହିନ୍ଦୁ ନୁହଁନ୍ତି ଅନ୍ୟ ଧର୍ମର ଲୋକ ମାନେ ମଧ୍ୟ ଶ୍ରୀରାମଙ୍କ ଆଗମନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

 Ram Mandir
ଏହାରି ମଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠାକୁ ସପୋର୍ଟ କରି ରଜା ମୁରାଦ କହିଛନ୍ତି, ମୋ ଜିବନରେ ପ୍ରଭୁ ଶ୍ରୀରାମଙ୍କ ବହୁତ ପ୍ରଭାବ ପଡିଛି । ଇଣ୍ତଷ୍ଟ୍ରିରେ ଦୀର୍ଘ ସମୟ ଧରି ଷ୍ଟ୍ରଗଲ କରିବା ପରେ ତାଙ୍କୁ ପ୍ରଥମ ଥର 'ରାମ ତେରୀ ଗଙ୍ଗା ମୈରି'ରେ ସୁଯୋଗ ମିଳିଥିଲା ଏଥିରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା । ଯାହା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମଧ୍ୟ ମିଳିଥିଲା । ସେହିପରି ତାଙ୍କ ଘରର ନାମ ମଧ୍ୟ ଶ୍ରୀରାମଙ୍କ ସହିତ ଜଡିତ । ତାଙ୍ଗ ଗାଁର ନାଁ ରାମପୁର ।

ତେବେ ଅଭିନେତା ୨୦୨୧ରେ ଏହ ସାକ୍ଷାତାକରରେ ଏହି ପ୍ରସଙ୍ଗରେ କହିଥିଲେ । ପ୍ରଭୁ ରାମଙ୍କ ସହ ତାଙ୍କକ ସମ୍ପର୍କ ରହିଛି । ତାଙ୍କ ଜୀବନରେ ପ୍ରଭୁ ରାମଙ୍କର ମହତ୍ତ୍ୱ ରହିଛି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଉପରେ ଭାଷଣ ଦେବାବେଳେ ସେ ତାଙ୍କର 'ରାମ'ଙ୍କ ସହ ସଂଯୋଗକୁ ବ୍ୟାଖ୍ୟା କରିଛନ୍ତି। ଏପରିକି ତାଙ୍କ ନାଁରେ ରାମଙ୍କ ନା ରହିଛି ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ରଜା ମୁରାଦ କହିଛନ୍ତି, ଇଂରାଜୀ ଅକ୍ଷର 'RAM' ସହିତ ତାଙ୍କ ନାମ ଜଡିତ ଅଛି। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ରଜା(R) ଅଲି(A) ମୁରାଦ(M)। ଯଦି ତାଙ୍କ ନାମର ପ୍ରଥମ ତିନୋଟି ଅକ୍ଷରକୁ ମିଶାଯାଏ ତେବେ ତେବେ ରାମ(RAM) ହେଉଛି । ଯେଉଁଥି ପାଇଁ ସେ ସର୍ବଦା ନିଜକୁ ଶ୍ରୀରାମଙ୍କ ସହ ଜିଡିତ ଥିବା ଅନୁଭବ କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+