ଭାଇ ଶବ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ, ଭାଇରାଲ ହେଲା ଭିଡିଓ

Rakshabandhan 2023: ଭାଇ-ଭଉଣୀଙ୍କ ସ୍ନେହ ଓ ଭଲ ପାଇବାର ବନ୍ଧନ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଦୀର୍ଘାୟୁ କାମନା କରିଥାଏ । ସେହିପରି ଭାଇ ମଧ୍ୟ ଜୀବନାରେ ଭଉଣୀର ରକ୍ଷା କବଚ ସାଜି ସବୁ ବିପଦରୁ ତାଙ୍କ ରକ୍ଷା କରିବାର ପ୍ରତିଜ୍ଞା କରିଥାଏ । ହେଲେ ଏହି ଉତ୍ସାହର ମାହୋଲ ଭିତର ଏକ ଦୁଃଖଦ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଆପଣଙ୍କ ଆଖିରେ ଆଣି ଦେବ ଲୁହ ।

ସୂଚନା ଅନୁସାରେ, ତେଲେଙ୍ଗାନାର ପେଡାପାଲ୍ଲୀ ଜିଲ୍ଲାରେ ରକ୍ଷୀପୂର୍ଣ୍ଣିମା ଅବସରରେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଏକମାତ୍ର ଭଉଣୀ ଗୌରମା ଆସି ନିଜ ଘରେ ପହଞ୍ଚି ଯାଇଥିଲେ । ଭାଇ ହାତରେ ରାକ୍ଷୀ ବନ୍ଧିବା ପାଇଁ ସେ ଉତ୍ସାହର ସହ ଅପେକ୍ଷା କରିଥିଲା । ସକାଳ ହେଲେ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ମନ ପସନ୍ଦ ଉପହାର ନେଇଥାଆନ୍ତା ଅଲିଅଳି ଭଉଣୀ । ହେଲେ ବିଧାତାର ରଚିଥିଲା କିଛି ଭିନ୍ନ କାହାଣୀ ।

viral video

ଗୁରୁବାର ଦିନ ରାକ୍ଷୀ ବାନ୍ଧିବା ପୂର୍ବରୁ ଗୌରମାଙ୍କ ଭାଇ ଚୌଧୁରୀ କନକାୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଘର ଲୋକ ତାଙ୍କର ଏପରି ଅବସ୍ଥା ଦେଖି ଭୟଭିତ ହୋଇପଡିଥିଲେ ଏବେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ଡାକ୍ତରଖାନା ନେବା ବାଟରେ ହିଁ ଚୌଧୁରୀ କନକାୟଙ୍କ ମୃତ୍ୟୁ ହୋଇଯାଇଥିଲା । ରାକ୍ଷୀର ଖୁସିର ମାହଲୋ ବଦଳିଯାଇଥିଲା । କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ଏରିଆ ।


ହେଲେ ଆଉ ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗୋଟେ ପଟେ କୋକେଇ ସଜଡା ହେଉଥିବା ବେଳେ ଗୋଟେ ପଟେ ଭଉଣୀ ସଜାଡୁଥାଏ ରାକ୍ଷୀ ଥାଳି । ଶେଷରେ ନିଜ ମଲା ଭାଇ ହାତରେ ରାକ୍ଷୀ ଶେଷ ବିଦାୟ ଜଣାଇଥିଲା ଅସହାୟ ଭଉଣୀ । ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+