ରକ୍ଷା ବନ୍ଧନରେ ରାଷ୍ଟ୍ରପତିଙ୍କ ମହିଳା ସରୁକ୍ଷା ଚିନ୍ତା
Raksha Bandhan 2024: ଆଜି ରାକ୍ଷୀପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହିଳା ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କରିଥିବା ଏକ ପୋଷ୍ଟରେ ସେ ମହିଳାଙ୍କ ସୁରକ୍ଷା ନେଇ ସଂକଳ୍ପ ନେବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଦେଶର ପ୍ରଥମ ନାଗରିକ ଏଥିରେ ଲେଖିଛନ୍ତି, ଭାଇଭଉଣୀଙ୍କ ମଧ୍ୟରେ ଥିବା ପ୍ରେମ ଓ ବିଶ୍ୱାସର ପର୍ବ ରାକ୍ଷୀପୂର୍ଣ୍ଣିମା । ଏହି ପର୍ବ ସମସ୍ତ ଭଉଣୀ ଏବଂ ଝିଅଙ୍କ ପ୍ରତି ସମ୍ମାନର ଭାବନା ଆଣିଥାଏ । ତେବେ ଏହି ପର୍ବରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଦେଶବାସୀଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ।
रक्षा बंधन के पावन अवसर पर, मैं सभी देशवासियों को हार्दिक बधाई और शुभकामनाएं देती हूं। भाई-बहन के बीच प्रेम और आपसी विश्वास की भावना पर आधारित यह त्योहार, सभी बहन-बेटियों के प्रति स्नेह और सम्मान की भावना का संचार करता है। मैं चाहूंगी कि इस पर्व के दिन, सभी देशवासी, हमारे समाज…
— President of India (@rashtrapatibhvn) August 19, 2024
ସେହିପରି ଉପରାଷ୍ଟ୍ରପତି ଜଗଦିପ ଧନଖଡ ମଧ୍ୟ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇବା ସହ ମହିଳାଙ୍କ ସୁରକ୍ଷାକୁ ପାଇଁ ଆହ୍ୱାନ ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି, ଆଜି ପରି ଦିନରେ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ହେବା ଉଚିତ । ଆମେ ଏପରି ଏକ ପରିଚୟ ସୃଷ୍ଟି କରିବା ଉଚିତ ଯାହା ଦ୍ୱାରା ସେମାନେ ନିଜ ଦକ୍ଷତାକୁ ଭଲ ଭାବେରେ ଅନୁଭବ କରି ପାରିବେ । ତେବେ କୋଲକତା ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଲେଖିଛନ୍ତି, ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଅପାର ପ୍ରେମ ପ୍ରତୀକ ରକ୍ଷାବନ୍ଧନ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଶୁଭେଚ୍ଛା । ଏହି ପବିତ୍ର ପର୍ବ ଆପଣଙ୍କ ସମ୍ପର୍କ ଏବଂ ସୁଖ, ସମୃଦ୍ଧି ଏବଂ ଆପଣଙ୍କ ଜୀବନରେ ନୂତନ ମଧୁରତା ଆଣନ୍ତୁ ।
समस्त देशवासियों को भाई-बहन के असीम स्नेह के प्रतीक पर्व रक्षाबंधन की ढेरों शुभकामनाएं। यह पावन पर्व आप सभी के रिश्तों में नई मिठास और जीवन में सुख, समृद्धि एवं सौभाग्य लेकर आए।
— Narendra Modi (@narendramodi) August 19, 2024












Click it and Unblock the Notifications