କଙ୍ଗନାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରାଖୀ, କହିଲେ ମୁଁ ତାଙ୍କୁ .....

ନୂଆଦିଲ୍ଲୀ: ଅଭିନେତ୍ରୀ ରାଖୀ ସାୱନ୍ତ କୌଣସି ନା କୌଣସି କାରଣରୁ ପ୍ରତିଦିନ ବିବାଦରେ ରହିଥା'ନ୍ତା । ସାଧାରଣରେ ତ ତାଙ୍କ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ବିଷୟରେ ଅନେକ ଚର୍ଚ୍ଚା ହୋଇଥାଏ । ରାଖୀ କିଛି ସମୟ ପୂର୍ବରୁ ଦୁବାଇରୁ ଫେରିଛନ୍ତି, ଏଭଳି ପରିସ୍ଥିତିରେ ସେ ତାଙ୍କ ପୂର୍ବତନ ସ୍ୱାମୀ ରିତେଶଙ୍କ ସହ ଆଦିଲ ଦୁରାନୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି ।

ଆଉ ବର୍ତ୍ତମାନର ନିର୍ବାଚନୀ ମାହୋଲ ମଧ୍ୟରେ ରାଖୀ ଦେଇଛନ୍ତି ବଡ଼ ବୟାନ । ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍ ରାଖୀ ସାୱନ୍ତ । ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା ରାଖୀ କଙ୍ଗନାଙ୍କ ସହ ରାଜନୀତିରେ ମୁକାବିଲା କରିବାକୁ ଚାହୁଁଛନ୍ତି । ଯଦି କଂଗ୍ରେସ ତାଙ୍କୁ ସୁଯୋଗ ଦିଏ ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ ।

Rakhi Sawant amp amp Kangana Ranaut

ଏପରିକି ସେଠାରେ କଙ୍ଗନାଙ୍କୁ ସହଜରେ ପରାଜିତ କରିବେ ବୋଲି ରାଖୀ କହିଛନ୍ତି । ଅଭିନେତ୍ରୀ କହିଛନ୍ତି, କଙ୍ଗନା ଗତ ୩-୪ ବର୍ଷ ଧରି ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ସଂଘର୍ଷ କରୁଛନ୍ତି । ବିରୋଧୀ ଦଳକୁ ସେ ସର୍ବଦା ଟାର୍ଗେଟ କରିଛନ୍ତି । ଏଣୁ ଏବେ ମୋତେ ବିଜେପି ଟିକେଟ ମିଳିବ ନାହିଁ । ଏଣୁ ରାହୁଲଙ୍କୁ ଅଫର ଦେଉଛି ଯେ ସେ ମୋତେ କଙ୍ଗନାଙ୍କ ବିପକ୍ଷରେ ପ୍ରାର୍ଥୀ କରନ୍ତୁ । ମୁଁ ନିଶ୍ଚିତ ଭାବେ ମଣ୍ଡିରୁ ବିଜେତା ହେବି ବୋଲି କହିଛନ୍ତି ଅଭିନେତ୍ରୀ ରାଖି ସାୱନ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+