ପାକିସ୍ତାନ ଯୁବକଙ୍କୁ ବିବାହ କରିବେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ !

Rakhi Sawant: ସୋସିଆଲ ମିଡିଆ କୁଇନ୍ ଏବଂ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ନିଜର ପ୍ରତ୍ୟେକ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।କିଛି ସମୟ ଧରି ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିଲେ । ଅନେକ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଡ୍ରାମା କୁଇନର ନାଁ ଦେଇଛନ୍ତି ।

ରାକ୍ଷୀ ସାୱନ୍ତ ଏପର୍ଯ୍ୟନ୍ତ ଦୁଇଥର ବିବାହ କରିସାରିଛନ୍ତି କିନ୍ତୁ ତାଙ୍କର ଦୁଇଟି ବିବାହ ଭାଙ୍ଗି ଯାଇଛି । ବର୍ତ୍ତମାନ ଅଭିନେତ୍ରୀଙ୍କ ତୃତୀୟ ବିବାହ ଖବର ରହିଛି ଚର୍ଚ୍ଚାରେ । କୁହାଯାଉଛି ଯେ ସେ ଖୁବ୍ ଶୀଘ୍ର ତୃତୀୟ ବିବାହ କରିବାକୁ ଯାଉଛନ୍ତି।ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏଥର ଅଭିନେତ୍ରୀ ଭାରତରେ ନୁହେଁ ବରଂପାକିସ୍ତାନରେ ବିବାହ କରି ପାରନ୍ତି । ଏପରି ରାକ୍ଷୀ ନିଜ ପାକିସ୍ତାନ ଯାତ୍ରା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।

Rakhi Sawant

ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଆଲୋଚନା ବେଳେ ରାକ୍ଷୀ ସାୱନ୍ତ କହିଛନ୍ତି ମୋତେ ପାକିସ୍ତାନରୁ ବହୁତ ପ୍ରସ୍ତାବ ଆସୁଛି। ଯେତେବେଳେ ମୁଁ ପାକିସ୍ତାନ ଯାଇଥିଲି, ସେମାନେ ମତୋ ଦେଖିଥିଲେ । ମୋର ପୂର୍ବ ଦୁଇଟି ବିବାହରେ ମୋତେ ହଇରାଣ କରାଯାଇଥିଲା। ମୁଁ ନିଶ୍ଚିତ ଭାବରେ ପାକିସ୍ତାନରେ ବିବାହ କରିବାକୁ ବିଚାର କରିବି।

ସେ ଆହୁରୀ କହିଛନ୍ତି, ପାକିସ୍ତାନୀ ଏବଂ ଭାରତୀୟ ଦମ୍ପତି ବିବାହ କରି ଆମେରିକା ଏବଂ ଦୁବାଇରେ ବସବାସ କରିଛନ୍ତି ଏବଂ ଏକ ଭଲ ଜୀବନ ବିତାଉଛନ୍ତି। ଏହି ପ୍ରକାରର ବିବାହ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ବୁଝାମଣାକୁ ମଧ୍ୟ ପ୍ରୋତ୍ସାହିତ କରେ। ଭାରତୀୟ ଏବଂ ପାକିସ୍ତାନୀମାନେ ପରସ୍ପର ବିନା କିଛି କରିପାରିବେ ନାହିଁ। ମୁଁ ପାକିସ୍ତାନୀ ଲୋକଙ୍କୁ ପସନ୍ଦ କରେ ଏବଂ ସେଠାରେ ମୋର ପ୍ରଶଂସକ ମଧ୍ୟ ଅଛନ୍ତି। ମୁଁ ପାକିସ୍ତାନର ଜଣେ ଭଲ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+