Rajya Sabha: ରାଜ୍ୟସଭାରେ ରେଳ ସଂଶୋଧନ ବିଲ୍ ୨୦୨୪ ଆଗତ
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ରେଳ (ସଂଶୋଧନ) ବିଲ୍ ୨୦୨୪କୁ ଆଲୋଚନା ଓ ମଞ୍ଜୁରୀ ପାଇଁ ଆଗତ କରିଛନ୍ତି। ଏହି ବିଲରେ ରେଳ ବାଇ ଆକ୍ଟ ୧୯୮୯ରେ ସଂଶୋଧନ କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ରେଳବାଇ ବୋର୍ଡର କ୍ଷମତା ବୃଦ୍ଧି କରିବା ଏବଂ ସଂସ୍ଥାର କାର୍ଯ୍ୟକାରିତା ଓ ସ୍ୱାଧୀନତାରେ ଉନ୍ନତି ଆଣିବା। ବିଲ୍ ଆଗତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି ବିଲ୍ ମାଧ୍ୟମରେ ଭାରତୀୟ ରେଳ ବୋର୍ଡ ଅଧିନିୟମ, ୧୯୦୫ର ସମସ୍ତ ବ୍ୟବସ୍ଥାକୁ ରେଳବାଇ ଆଇନ, ୧୯୮୯ରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ରହିଛି। ଲୋକସଭା ଏହି ରେଳବାଇ (ସଂଶୋଧନ) ବିଲ୍ ୨୦୨୪କୁ ଅନୁମୋଦନ ଦେଇସାରିଛି।
ଆଲୋଚନା ଆରମ୍ଭ କରି କଂଗ୍ରେସର ବିବେକ କେ ତନ୍ଖା କହିଥିଲେ ଯେ ଭାରତୀୟ ରେଳବାଇ କେବଳ ଯାତ୍ରୀ ନୁହଁନ୍ତି ବରଂ କୋଟି କୋଟି ଲୋକଙ୍କ ଆଶା, ସ୍ୱପ୍ନ ଏବଂ ସଂଘର୍ଷ ବହନ କରିଥାଏ। ସେ କହିଛନ୍ତି, ରେଳବାଇର ବିକାଶ ପାଇଁ ରେଳବାଇ ବୋର୍ଡକୁ ପୂର୍ଣ୍ଣ ସ୍ୱାୟତ୍ତତା ଦେବା ଜରୁରୀ ଏବଂ ରେଳବାଇ ଏକ ସ୍ୱଚ୍ଛ ସଂସ୍ଥା ହେବା ଦରକାର। ବରିଷ୍ଠ ନାଗରିକ ଓ ସାମ୍ବାଦିକଙ୍କ ପାଇଁ ରେଳବାଇରେ ଥିବା ସବସିଡି ଫେରାଇ ଆଣିବାକୁ ଶ୍ରୀ ତନ୍ଖା ଦାବି କରିଛନ୍ତି। ବିଲକୁ ସମର୍ଥନ କରି ବିଜେପି ସାଂସଦ ସୁଭାଷ ବରାଲା କହିଛନ୍ତି, ରେଳବାଇର ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁରୁଖୁରୁରେ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ଏହି ବିଲର ଉଦ୍ଦେଶ୍ୟ। ସେ କହିଛନ୍ତି ଯେ ଏହି ବିଲରେ ରେଳବୋର୍ଡକୁ ଆଇନଗତ ସମର୍ଥନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ରେଳବାଇରେ ବ୍ୟାପକ ପରିବର୍ତ୍ତନ ଆଣିବ।

ତୃଣମୂଳ କଂଗ୍ରେସର ସୁସ୍ମିତା ଦେବ କହିଛନ୍ତି ଯେ ଯାତ୍ରୀଙ୍କ ସୁରକ୍ଷା କୁ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ହେବା ଉଚିତ।












Click it and Unblock the Notifications