Rajya Sabha Polls: ହିମାଚଳରେ କ୍ରସ୍ ଭୋଟିଂ, ଶାସକ ଦଳ ପ୍ରାର୍ଥୀକୁ ହରାଇଲେ ବିଜେପିର ହର୍ଷ ମହାଜନ

ନୂଆଦିଲ୍ଲୀ: ହିମାଚଳରେ କ୍ରସ୍ ଭୋଟିଂ । ଶାସକ ଦଳ ପ୍ରାର୍ଥୀକୁ ହରାଇ ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପି ନେତା ହର୍ଷ ମହାଜନ ।

ହିମାଚଳରେ ଶାସକ ଦଳ କଂଗ୍ରେସର ପ୍ରାର୍ଥୀ ଅଭିଷେକ ମନୁ ସଙ୍ଘଭୀଙ୍କୁ ହରାଇ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦୁଇ ପ୍ରାର୍ଥୀଙ୍କୁ ୩୪-୩୪ ଭୋଟ ମିଳିଥିଲା । ଏହାପରେ ଡ୍ର' ଅଫ୍ ଲଟ୍ସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ହର୍ଷ ମହାଜନ କହିଛନ୍ତି ଯେ ଏହା ହେଉଛି ବିଜେପି, ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ବିଜୟ । ଏହି ସମୟରେ ପରାଜୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସଙ୍ଘଭୀ କହିଛନ୍ତି ଯେ ସର୍ବପ୍ରଥମେ ମୁଁ ହର୍ଷ ମହାଜନ (ବିଜେପି ପ୍ରାର୍ଥୀ) କୁ ଅଭିନନ୍ଦନ ଜଣାଉଛି, ସେ ଜିତିଛନ୍ତି ।

ହର୍ଷ ମହାଜନ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ବୀରଭଦ୍ର ସିଂଙ୍କ ଘନିଷ୍ଠଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ତାଙ୍କର ପ୍ରମୁଖ ରଣନୀତିକାର ମଧ୍ୟ ଥିଲେ । ହର୍ଷ ମହାଜନ ଚମ୍ୱା ବିଧାନସଭା ଆସନରୁ ତିନି ଥର ବିଧାୟକ ହୋଇଛନ୍ତି । କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସୁପ୍ରିମକୋର୍ଟ ଆଇନଜୀବୀ ଅଭିଷେକ ମନୁ ସଙ୍ଘଭୀଙ୍କୁ ମୈଦାନକୁ ଓହ୍ଲାଇଥିଲା ।ଅନ୍ୟପଟେ ବିଜେପି ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରି ନିର୍ବାଚନକୁ ରୋଚକ କରିଥିଲା ।

bjp
CM ଙ୍କ ଇସ୍ତଫା ଦାବି
ଏଥି ସହ ହିମାଚଳ ବିଧାନସଭାରେ ବିରୋଧୀଦଳର ନେତା ଜୟରାମ ଠାକୁର କହିଛନ୍ତି ଯେ ଏତେ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ କଂଗ୍ରେସ ରାଜ୍ୟସଭା ଆସନ ହରାଇଲା । ମୁଁ ପୁଣି ଥରେ ହର୍ଷ ମହାଜନଙ୍କୁ ଅଭିନନ୍ଦନ ଜଣାଉଛି ଆମେ କହିବା ଠିକ୍ ଯେ ଏହି ବିଜୟକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ସିଏମ୍ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ୍ । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ବିଧାୟକମାନେ ତାଙ୍କୁ ପରିତ୍ୟାଗ କରିଛନ୍ତି। ଏହି ନିର୍ବାଚନରେ ସେମାନଙ୍କ ପ୍ରାର୍ଥୀ ହର୍ଷ ମହାଜନ ଜିତିଛନ୍ତି ବୋଲି ରାଜ୍ୟ ବିଜେପି ଦାବି କରିଛି ।

ହିମାଚଳ ପ୍ରଦେଶର ୬୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ପାଖରେ ୪୦ ଆସନ ରହିଛି । ଏହାସହ ତିନି ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+