ରାଜସ୍ତାନ ବିଧାନସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା ପାଇଁ କାହିଁ ହେଉଛି ବିଳମ୍ବ ଜାଣନ୍ତୁ କାରଣ

Rajsathan Assembly Election: ଆଉ ୬ ଦିନ ପରେ ଶେଷ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା । କିନ୍ତୁ ଏପର୍ଯ୍ୟନ୍ତ ଉଭୟ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ 70 ରୁ ଅଧିକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ତେବେ ପ୍ରାର୍ଥୀ ଚୟନକୁ ନେଇ ବିଜେପି ଦିଲ୍ଲୀରେ ଏକ ବୈଠର ଡାକିଛି । ବର୍ତ୍ତମାନ ମଧ୍ୟ ପ୍ରାର୍ଥୀଙ୍କୁ ଦ୍ୱନ୍ଦ ଲାଗିରହିଛି ।

ରାଜସ୍ଥାନ ବିଜେପି ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ଏହି ବୈଠକ ଜାରି ରହିଛି । ବୈଠକରେ 76 ଜଣ ପ୍ରାର୍ଥୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ସୂଚନାନୁସାରେ, ଅବଶିଷ୍ଟ ଆସନଗୁଡିକ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ସ୍ଥିର ହୋଇଥିବାବେଳେ ପ୍ରାର୍ଥୀ ତାଲିକା ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରକାଶ ପାଇବା ନେଇ ସୂଚନା ରହିଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ବିଜେପି ତାଲିକା ବାହାର କରିବାରେ ଏତେ ବିଳମ୍ବ କାହିଁକି?

Rajsathan Assembly Election


ତାଲିକାରେ ବିଳମ୍ବ ସମ୍ପର୍କରେ ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଡକ୍ଟର ଅନିଲ ଜେନା କହିଛନ୍ତି ଯେ, ଦଳରେ ଟିକେଟ୍ ପ୍ରକ୍ରିୟା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାରି ରହିଛି ଏବଂ ଏହା ରଣନୀତି ଅନୁଯାୟୀ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ବିଜେପି ନିରନ୍ତର କାର୍ଯ୍ୟରେ ବିଶ୍ୱାସ କରେ ଏବଂ ଏହାର ଭଲ ଲାଭ ମଧ୍ୟ ମିଳିଥାଏ । ଆଜି ଏନେଇ ବୈଠକ ଯାରି ରହିଛି ଏବଂ ଅବଶିଷ୍ଟ ତାଲିକା ଆସନ୍ତାକାଲି କିମ୍ବା ଟିକେ ବିଳମ୍ବରେ ପ୍ରକାଶ ପାଇବ ।

ହେଲେ ସାଧାରଣରେ ଦାବି କରାଯାଉଛି ଯେ, ଟିକେଟ୍ ଘୋଷଣା କରାଯିବାରେ ବିଳମ୍ବ ହେବାର କାରଣ ହେଉଛି ରାଜସ୍ତାନର ନେତାଙ୍କ ମଧ୍ୟରେ ମନାନ୍ତର ରାଜସ୍ଥାନର ସ୍ଥାନୀୟ ନେତୃତ୍ୱ ସେମାନଙ୍କ ଲୋକଙ୍କୁ ନିର୍ବାଚନୀ ରାଜନୀତିରେ ଫିଟ୍ କରିବା ପାଇଁ ଏକ ସହମତି ହାସଲ କରିବାରେ ସକ୍ଷମ ନୁହଁନ୍ତି। ଗତ 10 ଦିନ ମଧ୍ୟରେ ଅନେକ ବୈଠକ ହୋଇସାରିଛି ହେଲେ ବାକି 76 ଟି ଆସନ ପାଇଁ ପାର୍ଥୀ ଚୟନ ହୋଇପାରୁ ନାହିଁ ଏବଂ ଏହା ବିଳମ୍ବ ହେବାର ସବୁଠାରୁ ବଡ କାରଣ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+