ବିହାର ନିର୍ବାଚନ ସମୟରେ ରାଜନାଥ ସିଂଙ୍କ ବଡ ସୂଚନା
ବିହାର ନିର୍ବାଚନ ସମୟରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ବିହାର ନିର୍ବାଚନ ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଯିବ । ସେ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ବିଜେପି ଓ ଆରଏସଏସ ମଧ୍ୟରେ କୌଣସି ମତଭେଦ ରହିଛି । ନ୍ୟୁଜ-୧୮କୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ କହିଛନ୍ତି ଆରଏସଏସ ବିଜେପିର ରାଜନୈତିକ ମାମଲାରେ ହସ୍ତକ୍ଷେପ କରେ ନାହିଁ ।
ରାଜନାଥ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୧୬୦ରୁ ଅଧିକ ସିଟ୍ ଜିତିବ । ନୀତିଶ କୁମାରଙ୍କ ନେତୃତ୍ୱରେ ନିଶ୍ଚିତ ଭାବେ ସରକାର ଗଠନ ହେବ । ଆମର ଜନସଭାରେ ମତଦାତାଙ୍କ ଉତ୍ସାହ ଦେଖିବାକୁ ମିଳିଛି । ତେଣୁ ମୁଁ କହି ପାରିବି ଯେ, ନିଶ୍ଚିତ ରୂପେ ଆମେ ନିର୍ବାଚନ ଜିତିବୁ ଏବଂ ସରକାର ଗଢିବୁ । ଆଉ ନୀତିଶ କୁମାର ହିଁ ଆମର ମୁଖ୍ୟମନ୍ତ୍ରୀ ହେବେ । କାରଣ ତାଙ୍କ ନେତୃତ୍ୱରେ ଆମେ ନିର୍ବାଚନ ଲଢୁଛୁ ।

ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି ଯେ, ବିହାର ନିର୍ବାଚନରେ ରଣନୈତିକାରରୁ ନେତା ପାଲଡିଥିବା ପ୍ରଶାନ୍ତ କିଶୋରଙ୍କ କୌଣସି ପ୍ରଭାବ ପଡିବ ନାହିଁ । ପ୍ରଶାନ୍ତ କିଶୋର କାରକ ସେତେ ମହତ୍ୱପୂର୍ଣ୍ଣ ନୁହେଁ । କାରଣ ମତଦାତା ବେଶ ଭାବେ ଜାଣିଛନ୍ତି ଯେ, ନିର୍ବାଚନ କିଏ ଲଢୁଛି । ସେମାନେ ଜାଣିଛନ୍ତି ଯେ, ଜନ ସୂରାଜ ପାର୍ଟି ଗୋଟିଏ ବି ସିଟ୍ ଜିତି ପାରିବ ନାହିଁ ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications