ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ! POK'ରେ ଆତଙ୍କବାଦୀ ଶିବିର ବନ୍ଦ କର, ନଚେତ୍ ଖୁବ ଶୀଘ୍ର କରାଯିବ ଧ୍ୱସଂ
Rajnath Singh: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କହିଛନ୍ତି ଯେ ପିଓକେ ବିନା ଜମ୍ମୁ ଓ କାଶ୍ମୀର "ଅସମ୍ପୂର୍ଣ୍ଣ" ଏବଂ ସେଠାରେ ଆତଙ୍କବାଦୀ ତାଲିମ ଶିବିର ଚଳାଉଥିବା ପଡ଼ୋଶୀ ଦେଶକୁ ଚେତାବନୀ ଦେଇଛନ୍ତି । ଜମ୍ମୁ ଜିଲ୍ଲାର ଅଖନୁରରେ ସଶସ୍ତ୍ର ବାହିନୀର ପୂର୍ବତନ ସୈନିକ ଦିବସ ପାଳନ ଅବସରରେ ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ସଶସ୍ତ୍ର ବାହିନୀର ପ୍ରଥମ କମାଣ୍ଡର-ଇନ୍-ଚିଫ୍, ଫିଲ୍ଡ ମାର୍ଶାଲ କେ.ଏମ୍.ଙ୍କ ସ୍ମୃତିକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ 14 ରେ ସଶସ୍ତ୍ର ବାହିନୀର ପୂର୍ବତନ ସୈନିକ ଦିବସ ପାଳନ କରାଯାଏ।

ଜମ୍ମୁ ଜିଲ୍ଲାର ଅଖନୁରରେ ସଶସ୍ତ୍ର ବାହିନୀର ପୂର୍ବତନ ସୈନିକ ଦିବସ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ପିଓକେ ବିନା ଜମ୍ମୁ ଏବଂ କାଶ୍ମୀର ଅସମ୍ପୂର୍ଣ୍ଣ। ଏହା ପାକିସ୍ତାନ ପାଇଁ ଏକ ବିଦେଶୀ ଅଞ୍ଚଳ ବ୍ୟତୀତ ଆଉ କିଛି ନୁହେଁ। ସେ ଆହୁରି କହିଛନ୍ତି ଯେ,
ଆତଙ୍କବାଦର ବ୍ୟବସାୟ ଚଳାଇବା ପାଇଁ ପିଓକେର ଭୂମି ବ୍ୟବହାର କରାଯାଉଛି।
#WATCH | Akhnoor, Jammu and Kashmir: Speaking at the 9th Armed Forces Veterans' Day event, Defence Minister Rajnath Singh says, "...The war between India and Pakistan was fought in Akhnoor in 1965. India succeeded in thwarting the efforts of the Pakistani army...India has always… pic.twitter.com/P4ounj68SL
— ANI (@ANI) January 14, 2025
ପିଓକେରେ ଆତଙ୍କବାଦୀ ତାଲିମ ଶିବିର ଚାଲିଛି, ପାକିସ୍ତାନ ଏପରି କାର୍ଯ୍ୟକୁ ବନ୍ଦ କରିବା ଉଚିତ୍ । ପାକିସ୍ତାନ ୧୯୬୫ ମସିହାରୁ ଅବୈଧ ଅନୁପ୍ରବେଶ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଛି। ପ୍ରତିରକ୍ଷା ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯଦି ପାକିସ୍ତାନ ପିଓକେରେ ଚାଲିଥିବା ଆତଙ୍କବାଦୀ ସିବିରକୁ ବନ୍ଦ ନ କରେ ତେବେ ତୁରନ୍ତ ଏହାକୁ ଧ୍ୱଂସ କରାଯିବ।












Click it and Unblock the Notifications