ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ: ସୁରକ୍ଷା ସ୍ଥିତିର କରିବେ ସମୀକ୍ଷା
ଜମ୍ମୁ-କାଶ୍ମୀର:ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂ ଶନିବାର ସକାଳ ୧୧ ଟାରେ ଜାମ୍ମୁ କାଶ୍ମୀରର ରାଜୌରୀରେ ପହଞ୍ଚିବା ନେଇ ସୂଚନା ରହିଛି । ସ୍ଥଳସେନା ମୁଖ୍ୟ ଜେନରାଲ ମନୋଜ ପାଣ୍ତେଙ୍କ ସହ ଜମ୍ମୁ ରଜୌରୀରେ ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ସହିତ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ।
ସୂଚନାଥାଉ ଯେ ଗତକାଲି ଏହି ସ୍ଥାନରେ ସେନା- ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟରେ ୫ ଜଣ ବୀର ଯବାନ ସହିଦ ହୋଇଥିଲେ ରଜୌରୀର କଣ୍ତି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇଁ ସୂଚନା ମିଳିବା ପରେ ଭାରତୀୟ ସେନା ଓ ଜମ୍ମୁକଶ୍ମୀର ପୋଲିସ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆଜି ହେଲିକପ୍ଟର ଜରିଆରେ ସ୍ଥାନୀୟ ଅଞ୍ଚଳରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ମଧ୍ୟ ଜୋରଦାର କରାଯାଇଛି ।

ଅନ୍ୟପଟେ, ବାରମୁଲ୍ଲାରେ ମଧ୍ୟ ସେନା -ଆତଙ୍କବାଦୀ ହୋଇଛନ୍ତି ମୁହାଁମୁହିଁ । ସର୍ଚ୍ଚ ଅପରେସନ ବେଳେ ଗୁଳି ଚାଳନା ହୋଇଥିଲା । ଯେଉଁଥିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏହି ଆତଙ୍କବାଦୀ ଲସ୍କର-ଇ-ତୋଏବାର ବୋଲି ବାରମୁଲ୍ଲା ଏସପି କହିଛନ୍ତି ।
ସେନାର ଉତ୍ତର କମାଣ୍ଡର ମୁଖପାତ୍ର କହିଛନ୍ତି ଯେ, ଶନିବାର ସକାଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ପୁଣି ଥରେ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ ଶନିବାର ସକାଳେ ମଧ୍ୟ ଜାରି ରହିଛି । ଗ୍ରାଉଣ୍ଡ ଜିରୋରେ ସେନାର ଉତ୍ତର କମାଣ୍ଡର, ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଉପସ୍ଥିତ ଅଛନ୍ତି । ଗ୍ରାଉଣ୍ଡ କମାଣ୍ଡରମାନେ ସେମାନଙ୍କୁ ଅପରେସନ୍ ବିଷୟରେ ସୂଚନା ଦେଉଛନ୍ତି । ପୁଞ୍ଚରେ ସେନା ଗାଡ଼ି ଉପରେ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ଏକ ଅପରେସନ୍ ଆରମ୍ଭ କରିଥିଲା।












Click it and Unblock the Notifications