ସିୟାଚିନରେ ଯାବାନଙ୍କ ସହ ଆଲୋଚନା କରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ସିୟାଚୀନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ ସିୟାଚୀନକୁ ଭାରତର ସାହସିକତା ଏବଂ ବୀରତାର ରାଜଧାନୀ ବୋଲି କହିଥିଲେ । ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଲଦାଖରେ ପହଁଚିବା ପରେ ସିୟାଚେନ୍ ଗ୍ଲେସିୟରକୁ ଯାଇ ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିଛନ୍ତି ।

ମାଇନସ୍‌ ତାପମାତ୍ରାରେ ଦେଶସେବାରେ ନିୟୋଜିତ ଏହି ଯବାନ ମାନଙ୍କ ବୀରତ୍ୱକୁ ପ୍ରଶଂସା କରିବା ସହିତ ମିଠା ଖୁଆଇ ଅଧିକ ଆଲୋଚନା କରିଛନ୍ତି । ଏହି ଅବସରରେ ଯବାନ ମାନଙ୍କୁ ସମ୍ବୋଧନ କରଛନ୍ତି ରାଜନାଥ ସିଂ । ଦେଶରେ ଦୀପାବଳୀ ପାଳନ ଅବସରରେ ପ୍ରଥମ ଦୀପ ଏବଂ ହୋଲିରେ ପ୍ରଥମ ରଙ୍ଗ ଯବାନଙ୍କ ନାମରେ ହେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସିୟାଚୀନ୍ ଗ୍ଲାସିୟରର କୁମାର ପୋଷ୍ଟରେ ନିୟୋଜିତ ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ସହ ରାଜନାଥ ମଧ୍ କରିଥିଲେ ଆଲୋଚନା ।

Rajnath Singh to visit Siachen

ରାଜନାଥ ସିଂ କହିଛନ୍ତି, ଦୁନିଆର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିୟାଚୀନ୍ ଗ୍ଲେସିୟରର ଆପଣ ଦେଶକୁ ସୁରକ୍ଷା ଦେଇଥିବାରୁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଏହାସହ ସେ ଆହୁରି କହିଥିଲେ ସିୟାଚିନ୍ ଜମି ଏକ ସାଧାରଣ ଜମି ନୁହେଁ । ଏହା ଦେଶର ସାର୍ବଭୌମତ୍ୱ ଏବଂ ଶକ୍ତିର ପ୍ରତୀକ । ଏହା ଆମର ଜାତୀୟ ସଂକଳ୍ପକୁ ପ୍ରତିନିଧିତ୍ୱ କରେ ।

ଆମର ଜାତୀୟ ରାଜଧାନୀ ହେଉଛି ଦିଲ୍ଲୀ, ମୁମ୍ବାଇ ହେଉଛି ଆମର ଅର୍ଥନୈତିକ ରାଜଧାନୀ ଏବଂ ଆମର ବୈଷୟିକ ରାଜଧାନୀ ହେଉଛି ବେଙ୍ଗାଲୁରୁ । ଆଉ ସିୟାଚିନ୍ ହେଉଛି ଭାରତର ସାହସିକତା ଏବଂ ବୀରତାର ରାଜଧାନୀ । ରାଜନାଥ ସିଂ ସିୟଚୀନ୍ ବେସ୍ କ୍ୟାମ୍ପରେ ଥିବା ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ସାହସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+