ନିର୍ମଳାଙ୍କୁ ଧନ୍ୟବାଦ ଜଣାଇଲେ ରାଜନାଥ , ଜାଣନ୍ତୁ କାରଣ....
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୫୪ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତ ଫେବ୍ରୁଆରି ୧ରେ ଆସିଥିବା ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୨୧ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିଲା । ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ରପ୍ତାନି କରିବା ।
ପ୍ରତିରକ୍ଷା ବଜେଟର ପ୍ରାୟ ୨୮ ପ୍ରତିଶତ ବା ୧ ଲକ୍ଷ ୭୨ ହଜାର କୋଟି ଟଙ୍କା ବିଭିନ୍ନ ରକ୍ଷା ସାମଗ୍ରୀ, ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଓ ଭିତ୍ତିଭୂମି ବାବଦରେ ବ୍ୟୟ ହେବ । ବିଶ୍ୱର ପ୍ରମୁଖ ସାମରିକ ବାହିନୀଗୁଡ଼ିକ ନିଜ ବଜେଟର ପ୍ରାୟ ଅର୍ଦ୍ଧେକ ବ୍ୟୟ କରୁଥିବାବେଳେ ଭାରତର ପ୍ରତିରକ୍ଷା ବଜେଟର ଏକ ବଡ଼ ଭାଗ ଦରମା ଓ ପେନସନ ବାବଦରେ ବ୍ୟୟ ହୁଏ । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଜେଟ ୨୦୨୪ରେ ରକ୍ଷା ମନ୍ତ୍ରାଳୟ ପାଇଁ ଆଲଟମେଣ୍ଟରେ ଖୁସି ବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି ଯେ, ରକ୍ଷା ମନ୍ତ୍ରାଳୟକୁ ମିଳିଥିବା ଆବଣ୍ଟନ ପାଇଁ ମୁଁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ରକ୍ଷା ମନ୍ତ୍ରାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କାର ସବୁଠାରୁ ଅଧିକ ଆବଣ୍ଟନ ମିଳିଛି, ଯାହା ଆର୍ôଥକ ବର୍ଷ ୨୦୨୪-୨୫ ପାଇଁ ଭାରତ ସରକାରର ସମୁଦାୟ ବଜେଟର ୧୨.୯ ପ୍ରତିଶତ ଅଟେ ।
ରାଜନାଥ ସିଂହ ଆହୁରି କହିଛନ୍ତି ଯେ, ୧,୭୨,୦୦୦ କୋଟି ଟଙ୍କାର କ୍ୟାପିଟାଲ ଆଉଟଲେରେ ସଶସ୍ତ୍ର ବାହିନୀର କ୍ଷମତାଗୁଡିକୁ ଆହୁରି ମଜବୁତ କରାଯିବ । ସ୍ୱଦେଶୀ ପୁଞ୍ଜି କ୍ରୟ ପାଇଁ ୧,୦୫,୫୧୮.୪୩ କୋଟି ଟଙ୍କା ଆବଣ୍ଟନ କରି ଆତ୍ମନିର୍ଭରଶୀଲତାକୁ ଆହୁରି ବୃଦ୍ଧି କରିବ ବୋଲି ରାଜନାଥ କହଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications