ପ୍ରତିଷ୍ଠା ଦିବସ ଅବସରରେ ପ୍ରତିରକ୍ଷା କ୍ଷେତ୍ରରେ ଡି.ଆର.ଡି.ଓ.ର ଭୂମିକାକୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ
ପ୍ରତିରକ୍ଷା, ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ- ଡି.ଆର.ଡି.ଓ.ର ଆଜି ପ୍ରତିଷ୍ଠା ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ' ବୈଜ୍ଞାନିକ, ଡି.ଆର୍.ଡି.ଓ. କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ପ୍ରତିରକ୍ଷା ନିମନ୍ତେ ସବୁ ସମୟରେ ଦୃଢ଼ତାର ସହ ପ୍ରସ୍ତୁତ ରହିଥିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଭାରତ ଲକ୍ଷ୍ୟ ହାସଲ ଦିଗରେ ଡି.ଆର୍.ଡି.ଓ.ର ଭୂମିକାକୁ ମନ୍ତ୍ରୀ ଶ୍ରୀ ସିଂହ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି, ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଏବଂ ଭବିଷ୍ୟତ ଲାଗି ପ୍ରଯୁକ୍ତିବିଦ୍ୟାକୁ ସଠିକ୍ ଢଙ୍ଗରେ ବ୍ୟବହାର ଦିଗରେ ଡିଆରଡିଓ ପ୍ରସ୍ତୁତ ରହିଛି। ୧୯୫୮ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସମୟରେ ଭାରତୀୟ ସେନାର ପ୍ରଯୁକ୍ତିବିଦ୍ୟା ବିକାଶ ପ୍ରତିଷ୍ଠାନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଓ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ପ୍ରତିରକ୍ଷା ବିଜ୍ଞାନ ପ୍ରତିଷ୍ଠାନକୁ ମିଶ୍ରଣ କରାଯାଇ ଡି.ଆର୍.ଡି.ଓ. ଗଠନ କରାଯାଇଥିଲା।

ସେହି ସମୟରେ ଡି.ଆର.ଡି.ଓ.ର ୧୦ଟି ପରୀକ୍ଷାଗାର ଥିଲା। ଏବେ ଏହି ପରୀକ୍ଷାଗାର ସଂଖ୍ୟା ୫୨କୁ ବୃଦ୍ଧି ପାଇବା ସହ ଏଥିରେ ୫ ହଜାରରୁ ଅଧିକ ବୈଜ୍ଞାନିକ ଗବେଷଣା କାର୍ଯ୍ୟ କରୁଛନ୍ତି। ଡିଆରଡିଓ ଦିବସ ଅବସରରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ' ଡି.ଆର.ଡି.ଓ. କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ସୁରକ୍ଷାରେ ସେମାନଙ୍କ ଭୂମିକାକୁ ଜେନେରାଲ ଦ୍ୱିବେଦୀ ପ୍ରଶଂସା କରିଛନ୍ତି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications