ଚୀନରେ ପାକିସ୍ତାନକୁ କଡା ଚେତାବନୀ ଦେଲେ ରାଜନାଥ, କହିଲେ ଲାଗିଲେ ଛାଡ଼ିବୁନି

ପଡ଼ୋଶୀ ଦେଶ ଚୀନ୍‌ରେ ଶୁଭିଲା ଭାରତର ଜୟଗାନ । ଅପରେସନ ସିନ୍ଦୂରର ସଫଳତା ଗାନ କରିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଚୀନର ବନ୍ଦର ସହର କ୍ୱିଙ୍ଗଡାଓରେ ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ସାମିଲ ହୋଇଛନ୍ତି ରାଜନାଥ ସିଂହ ।

rajnath singh

ମେ ୨୦୨୦ରେ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ସାମରିକ ଗତିରୋଧ ପରେ ସମ୍ପର୍କରେ ଗମ୍ଭୀର ଉତ୍ତେଜନା ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ଚୀନ ଗସ୍ତ । ଏହି ସମୟରେ ରାଜନାଥ ସିଂହ ଆତଙ୍କବାଦ, ଶାନ୍ତି ଏବଂ ସୁରକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେ କହିଥିଲେ, "ମୁଁ ବିଶ୍ୱାସ କରେ ଯେ ଆମ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଶାନ୍ତି । ତେବେ ଶାନ୍ତି ଭଙ୍ଗ କରିବାର ମୂଳ କାରଣ ବୃଦ୍ଧି ପାଉଥିବା ମୌଳବାଦ, ଉଗ୍ରବାଦ ଏବଂ ଆତଙ୍କବାଦ।

ରାଜନାଥ ସିଂହ କହିଥିଲେ, ଆତଙ୍କବାଦୀ ଗୋଷ୍ଠୀଙ୍କ ହାତରେ ଗଣବିନାଶକ ଅସ୍ତ୍ର (WMD)ର ପ୍ରସାର ସହିତ ଶାନ୍ତି ଓ ସମୃଦ୍ଧି ସହାବସ୍ଥାନ କରିପାରିବ ନାହିଁ । ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ଆବଶ୍ୟକ । ଆମର ସାମୂହିକ ସୁରକ୍ଷା ପାଇଁ ଏହି ଦୁଷ୍ଟତା ବିରୋଧରେ ଆମର ଲଢ଼େଇରେ ଆମକୁ ଏକ ହେବାକୁ ପଡିବ।"

ସେ ଆହୁରି କହିଛନ୍ତି, "ଯେଉଁମାନେ ଆତଙ୍କବାଦକୁ ନିଜର ସଂକୀର୍ଣ୍ଣ ଓ ସ୍ୱାର୍ଥପର ଉଦ୍ଦେଶ୍ୟ ପାଇଁ ବ୍ୟବହାର କରୁଛନ୍ତି । ସେ ଯେ କେହି ବି ହେଉ ତାକୁ ତାର ପରିଣାମ ଭୋଗ କରିବାକୁ ପଡିବ। କିଛି ଦେଶ ସୀମାପାର ଆତଙ୍କବାଦକୁ ନୀତିର ଏକ ଉପକରଣ ଭାବରେ ବ୍ୟବହାର କରିବା ସହ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ଏପରି ଦ୍ୱନ୍ଦ୍ୱ ମାନଦଣ୍ଡ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। SCO ଏପରି ଦେଶଗୁଡ଼ିକୁ ସମାଲୋଚନା କରିବାକୁ ସଂକୋଚ କରିବା ଉଚିତ୍ ନୁହେଁ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+