ଲାଓସ୍‌ରେ ଭାରତ-ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକ: ସୀମାରେ ଶାନ୍ତି ବଜାୟ ରଖିବାକୁ ଆଲୋଚନା

ନୂଆଦିଲ୍ଲୀ : ଲାଓସ ଭିଏଣ୍ଟିଆନେରେ ଭାରତ-ଚୀନ ଦ୍ୱିପାକ୍ଷିକ ଆଲୋଚନା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍‌ଙ୍କ ମଧ୍ୟରେ ବସିଥିଲା ଦ୍ୱିପାକ୍ଷିକ ବୈଠକ । ଯେଉଁଥିରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଏବଂ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା । ଏହାସହ ଶାନ୍ତି ଓ ସହଯୋଗ ପାଇଁ ଭାରତ-ଚୀନ ସମ୍ପର୍କ ବଜାୟ ରଖିବାକୁ ରାଜନାଥ ସିଂହ ଆହ୍ୱାନ ଦେଇଛନ୍ତି । ଏଡିଏମଏମ-ପ୍ଲସ୍ ବୈଠକରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଯେଉଁଥିରେ ପ୍ରସଙ୍ଗ ଥିଲା ସୁରକ୍ଷା । ଲାଓସର ଭିଏଣ୍ଟିଆନେଠାରେ ଆୟୋଜିତ ଏକାଦଶ ଆସିଆନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଏଡିଏମ୍ଏମ୍-ପ୍ଲସ ଅବସରରେ ଏହି ଆଲୋଚନା ହୋଇଥିଲା। ଲଦାଖ ଅଞ୍ଚଳରେ ସାମରିକ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ପାଇଁ ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି ।

india china meet

ଏହି ବୈଠକରେ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭାରତ ଏବଂ ଚୀନ୍ ଭଳି ବିଶାଳ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ କେବଳ ଏସିଆ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ୨୦୨୦ ର ସୀମା ସଂଘର୍ଷ ଘଟଣାରୁ ଶିକ୍ଷା ନେଇ ଏବଂ ଆତ୍ମବିଶ୍ୱାସ ସୃଷ୍ଟିକାରୀ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଛି ବୋଲି ରାଜନାଥ ସିଂହ କହିଛନ୍ତି। ନିକଟରେ ରାଜନାଥ ସିଂହ ଡେମଚୋକ ଏବଂ ଡେପସାଙ୍ଗ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ଏବଂ ପାଟ୍ରୋଲିଂ ପୁନଃ ଆରମ୍ଭ କରିବାର ସମୀକ୍ଷା କରିଥିଲେ ଏବଂ ଏହି ସମୟରେ ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ନେଇଛନ୍ତି । ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ହ୍ରାସ ପାଇଁ ନିରନ୍ତର ଆଲୋଚନା ଏବଂ ସହଯୋଗର ଆବଶ୍ୟକତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+