ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଯବାନଙ୍କ ସହ ପାଳନ କଲେ ଦୀପାବଳି

Rajnath Singh celebrates Diwali: ବୁଧବାର ଦିନ ଆସାମର ତେଜପୁରରେ ଥିବା 4 ଟି କୋର୍ ମୁଖ୍ୟାଳୟରେ ଯବାନମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଦୀପାବଳି ପାଳନ କରିଛନ୍ତି । ଏହି ଅବସରରେ ସେ ଯବାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଚୀନ ସହ disengagement ହୋଇଛି କାରଣ ଆପଣଙ୍କର ସାହସିକତାର କାହାଣୀ ସମସ୍ତଙ୍କ ନିକଟରେ ପହଞ୍ଚି ପାରିଛି ।

ରାଜନାଥ ସିଂ କହିଛନ୍ତି, ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ଦୀପାବଳି ପୂର୍ବରୁ ସଂନ୍ଧ୍ୟାରେ ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ପାଇଲି। ମୋତେ ଆଜି ତାୱାଙ୍ଗରେ ପହଞ୍ଚିବାକୁ ପଡିଲା । ମୋର ସେଠାରେ 'ବଡାଖାନା' ମଧ୍ୟ ରହିଥିଲା ହେଲେ ବୋଧହୁଏ ଭଗବାନ ଚାହୁଁଥିଲେ ଯେ ମୁଁ ତେଜପୁରର 'ବଡାଖାନା'ରେ ଆପଣ ମାନଙ୍କ ସହ ଯୋଗ ଦେବା ପାଇଁ ।

Rajnath Singh

ରାଜନାଥ ସିଂ ଆହୁରି କହିଛନ୍ତି, ଆମେ ଉନ୍ନତ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ, ଏହା ହେଉଛି ଭାରତର ସ୍ପଷ୍ଟ ନୀତି, କିନ୍ତୁ ବେଳେବେଳେ ଏପରି ପରିସ୍ଥିତି ଉପୁଜେ ଯେ ଆମକୁ ଆମର ସ୍ୱାର୍ଥ ରକ୍ଷା କରିବାକୁ ପଡିବ। ସେ କହିଛନ୍ତି ଯେ ଏହି ଶାନ୍ତି ଫେରାଇ ଆଣିବା ପାଇଁ ସରକାର ଯାହା କରିବାକୁ ପଡିବ ତାହା ନିରନ୍ତର କରୁଛି। ଏହି ସୁଦୂର ଅଞ୍ଚଳରେ ବାସ କରି ଆପଣ ଏହାକୁ ଯେପରି ରକ୍ଷା କରୁଛନ୍ତି ତାହା ଅତ୍ୟନ୍ତ ପ୍ରେରଣାଦାୟକ ଅଟେ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଯେତେବେଳେ ବି ମୁଁ ତୁମମାନଙ୍କ ପାଖକୁ ଆସେ, ମୁଁ ନୂତନ ଶକ୍ତି ଏବଂ ଉତ୍ସାହ ପାଇଥାଏ। ଆପଣ ମାନେ ନିଜ ପରିବାରଠାରୁ ବହୁତ ଦୂରରେ ରହୁଛନ୍ତି, ଖର କଥା ମନେ ପଡିବା ସ୍ୱଭାବିକ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁଙ୍କ ସହ ବୁଧବାର (30 ଅକ୍ଟୋବର) ତାୱାଙ୍ଗ ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଖରାପ ପାଗ ଯୋଗୁଁ ରାଜନାଥ ସିଂଙ୍କୁ ପଡୋଶୀ ଆସାମର ତେଜପୁରରେ ଅବତରଣ କରିବାକୁ ପଡିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+