ଏଣିକି ତିନି ସେନା ମୁଖ୍ୟଙ୍କୁ ସଂଯୁକ୍ତ ନିର୍ଦ୍ଦେସ ଦେବେ ସିଡିଏସ୍
ଏଣିକି ଦେଶର ତିନି ସେନା ମୁଖ୍ୟଙ୍କୁ ସଂଯୁକ୍ତ ନିର୍ଦ୍ଦେସ ଦେବେ ସିଡିଏସ୍ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଅନୀଲ ଚୌହାନଙ୍କୁ କ୍ଷମତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକୀକୃତ ହୋଇ କାମ କରିବାକୁ ପଦକ୍ଷେପ ନିଆଯାଇଛି । ପୂର୍ବରୁ ପ୍ରତି ସେନା ପାଇଁ ଭିନ୍ନ ଭିନ୍ନ ଆଦେଶ ଜାରି ହୋଉଥିଲା ।
ଭାରତୀୟ ସଶସ୍ତ୍ର ବଳକୁ ଆଧୁନିକୀକରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ତଥା ସାମରିକ ବ୍ୟାପାର ବିଭାଗ ସଚିବଙ୍କୁ ୩ ସେନା (ସ୍ଥଳସେନା, ବାୟୁସେନା ଓ ନୌସେନା) ପାଇଁ ସଂଯୁକ୍ତ ଆଦେଶ ଜାରି କରିବାର କ୍ଷମତା ପ୍ରଦାନ କରିଛନ୍ତି । ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଭିତରେ ଏହା ଏକ ବଡ଼ ପରିବର୍ତ୍ତନ । କାରଣ ପୂର୍ବରୁ ୩ ସେନା ପକ୍ଷରୁ କୌଣସି ମାମଲାରେ ପୃଥକ ପୃଥକ ଆଦେଶ ଦିଆଯାଉଥିଲା ।

୩ ସେନାର ସଂଚାଳନ ପ୍ରକ୍ରିୟାକୁ ସହଜ କରିବା, ସେମାନଙ୍କ ଭିତରେ ଉପଯୁକ୍ତ ସମନ୍ୱୟ ଓ ତାଳମେଳକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ସେଥିରେ କୁହାଯାଇଛି ଯେ, ଏଭଳି ପଦକ୍ଷେପ ଫଳରେ ୩ ସେନା ବାହିନୀ ମଧ୍ୟରେ ଉତ୍ତମ ପାରଦର୍ଶିତା, ସମନ୍ୱୟ ଓ ପ୍ରଶାସନିକ ଦକ୍ଷତା ରହିପାରିବ । ଏହାଫଳରେ ୩ ବାହିନୀ ମଧ୍ୟରେ ଏକତା ଓ ସମନ୍ୱୟର ଏକ ନୂଆ ଯୁଗ ଆରମ୍ଭ ହେବ ଯାହା ରାଷ୍ଟ୍ରର ସେବାରେ ସଶସ୍ତ୍ର ବଳକୁ ମଜଭୁତ କରିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଏଭଳି ପଦକ୍ଷେପକୁ ଥିଏଟର କମାଣ୍ଡ ଲାଗୁ କରିବାର ପ୍ରୟାସ ଭାବେ ଦେଖାଯାଉଛି । ଥିଏଟର କମାଣ୍ଡ ଅଧୀନରେ ସରକାର ସ୍ଥଳସେନା, ନୌସେନା ଓ ବାୟୁସେନାକୁ ଏକାଠି ଯୋଡିବାକୁ ଚାହୁଁଛନ୍ତି । ଯାହାଫଳରେ କି ଯୁଦ୍ଧ କିମ୍ବା ଅନ୍ୟ କୌଣସି ସାମରିକ ଅଭିଯାନ ବେଳେ ୩ ସେନା ଏକାଠି କାର୍ଯ୍ୟ କରିବେ ଓ ସେମାନଙ୍କ ସଂଶାଧନର ସର୍ବାଧିକ ଉପଯୋଗ ହେବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications